ମିଳିଲାନି ଡାକ୍ତରୀ ସେବା, ଅସ୍ଥାୟୀ ମେଡିକାଲ୍‌ କ୍ୟାମ୍ପ୍‌ରେ ଆଖି ବୁଜିଲା ଜ୍ୱରରେ ପୀଡ଼ିତ କୁନି ଝିଅ

ନୂଆପଡ଼ା: ଅସ୍ଥାୟୀ ମେଡିକାଲ୍‌ କ୍ୟାମ୍ପ୍‌(TMC)ରୁ ଏକ ସାଂଘାତିକ ଅଭିଯୋଗ ଆସିଛି। ଜ୍ୱରରେ ପୀଡ଼ିତ ଜଣେ ୭ବର୍ଷର ଝିଅକୁ TMC ଅଧିକାରୀ ହସ୍ପିଟାଲ୍ ନ ପଠାଇବାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍‌ ଅନ୍ତର୍ଗତ ଚଲାନପଡ଼ା TMCରୁ ଏଭଳି କିଛି ସାଘାଂତିକ ଅଭିଯୋଗ ଆସିଛି।

ଖଡିଆଳ ବ୍ଲକ ଝୋଲପଥର ଗାଁର ଏକ ପରିବାରର ୫ ସଦସ୍ୟ ଗତକାଲି ଆନ୍ଧ୍ରପ୍ରଦେଶରୁ ଓଡ଼ିଶା ଫେରିଥିଲେ। ଖଡିଆଳରେ ପହଞ୍ଚିବା ପରେ ସେମାନଙ୍କୁ ଚଲାନପଡା ରାମନାଥ ହାଇସ୍କୁଲରେ ହୋଇଥିବା ଟିଏମ୍‌ସିରେ ରଖାଯାଇଥିଲା। ସଂଧ୍ୟାରେ ସମ୍ପୃକ୍ତ ପରିବାରର ଜଣେ ୭ ବର୍ଷର ଝିଅକୁ ଜ୍ୱର ହୋଇଥିଲା। ଏନେଇ ଟିଏମ୍‌ସି ଅଧିକାରୀଙ୍କୁ ଜଣାଇବା ପରେ ବି ତାଙ୍କୁ ହସ୍ପିଟାଲ୍ ନେବା ପାଇଁ ବ୍ୟବସ୍ଥା ହୋଇନଥିବା ଅଭିଯୋଗ ହୋଇଛି। ଆଜି ସକାଳେ ଟିଏମ୍‌ସିରେ ଝିଅଟିର ମୃତ୍ୟୁ ଘଟିଛି। ଝିଅର ମୃତ୍ୟୁ ପରେ ପୂରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ଘଟଣାସ୍ଥଳରେ ଡାକ୍ତରୀ ଟିମ୍‌, ଖଡିଆଳ ବିଡିଓ, ପୁଲିସ୍‌ ପହଞ୍ଚି ତଦନ୍ତ ‌ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଅଭିଯୋଗକୁ ନେଇ ଟିଏମ୍‌ସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।

ଆହୁରି ପଢ଼ନ୍ତୁ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

You might also like