ମୋବାଇଲ ଗେମ୍ ନିଶା: ନିଜ ଘରେ ଏମିତି କଲା ୧୨ ବର୍ଷର ପୁଅ

ପାରାଦୀପ: ମୋବାଇଲ ଗେମ୍ ନିଶାରେ ପଡି ନିଜ ଘରେ କଳାକନା ବୁଲାଇଛି ୧୨ ବର୍ଷର ବାଳକ। ଦୁଇ ସପ୍ତାହ ମଧ୍ୟରେ ନଗଦ ୧୩ ହଜାର ଟଙ୍କା ସହ ପ୍ରାୟ ୫ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ଲୁଚାଇ ନେଇ ପଡୋଶୀଙ୍କୁ ଦେଇଛି। ପାରାଦୀପରେ ଘଟିଛି ଏଭଳି ଘଟଣା। ପାରାଦୀପ ବଡପଡିଆ ଅଂଚଳରେ ଏକ ବସ୍ତିରେ ରହୁଥିବା ଜଣେ ଷଷ୍ଠ ଶ୍ରେଣୀର ଛାତ୍ରକୁ ମୋବାଇଲରେ ଗେମ୍ ନଖେଳିବାକୁ ତାଗିଦ କରିଥିଲେ ବାପାମାଆ।

ଫଳରେ ପିଲାଟି ଘରୁ ୧୩ ହଜାର ଟଙ୍କା ଚୋରି କରି ପଡୋଶୀଙ୍କୁ ଦେବା ପରେ ପଡୋଶୀ ତାଙ୍କ ପାଇଁ ଏକ ସ୍ମାର୍ଟ ଫୋନ କିଣିଦେଇଥିଲେ। ସେଠାରେ ସେ ଦୈନିକ ଗେମ୍ ଖେଳିବା ଭିତରେ ପିଲାଟିକୁ ଟ୍ରାପ୍ କରି ଘରର ସମସ୍ତ ସୁନା ଅଳଙ୍କାର ଲୁଟି ନେବାରେ ସଫଳ ହୋଇଥିଲେ।

ସେପଟେ ଘଟଣା ଜଣାପଡ଼ିବା ପରେ ପିଲାଟିର ବାପାମାଆ ପାରାଦୀପ ଥାନାରେ ଏତଲା ଦେଇଛନ୍ତି। ତେଣେ ଅଭିଯୋଗକୁ ପଡ଼ୋଶୀ ଅସ୍ୱୀକାର କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି।

ପଢନ୍ତୁ : ଭାଉଜର ଗଳା କାଟି ଦେଲା ଦିଅର !

You might also like