ଆଶ୍ରମରୁ ଛାତ୍ର ନିଖୋଜ, ବାବା ଫେରାର

ଢେଙ୍କାନାଳ: ଆଶ୍ରମରୁ ଛାତ୍ର ନିଖୋଜ। ଢେଙ୍କାନାଳ ଜିଲ୍ଲା ଗୋବିନ୍ଦପୁର ସ୍ଥିତ କଳ୍ପତରୁ ଆଶ୍ରମରୁ ଜଣେ ଛାତ୍ର ନିଖୋଜ ହୋଇଥିବା ନେଇ ଅଭିଯୋଗ ହୋଇଛି।

ଗତକାଲି ଏନେଇ ଛାତ୍ରଙ୍କ ପରିବାର ପକ୍ଷରୁ ସଦର ଥାନାରେ ଅଭିଯୋଗ ହେବା ପରେ ପୁଲିସ୍‌ ଘଟଣାର ଛାନ୍‌ଭିନ୍‌ ଚଳାଇଛି। ନିଖୋଜ ଛାତ୍ର ହେଉଛନ୍ତି ୧୦ ବର୍ଷୀୟ ଛୋଟୁ ରୋହିତ ଦାସ। ରାଜଗାଙ୍ଗପୁରର ଗଡ଼ପୋଷ ଅଞ୍ଚଳରେ ତାଙ୍କ ଘର ବୋଲି ଜଣାପଡ଼ିଛି।

ସେ କିଛି ବର୍ଷ ହେବ ଏହି ଆଶ୍ରମରେ ରହୁଥିଲେ। ତେବେ ବୁଧବାରଠାରୁ ସେ ଆଶ୍ରମରେ ନଥିବା ଜଣାପଡିଥିଲା। ଛାତ୍ର ନିଖୋଜ ଘଟଣା ଜଣାପଡିବା ପରେ ଆଶ୍ରମର ପରିଚାଳକ ବାବା ମୁରାରୀ ଦାସ ଫେରାର ଅଛନ୍ତି। ଏହି ବାବା ଦୀର୍ଘ ବର୍ଷ ହେବ ଆଶ୍ରମକୁ ବେଆଇନ୍ ଭାବେ ତିଆରି କରି ଏଠାରେ ପିଲାମାନଙ୍କୁ ରଖି ନାମ ସଂକୀର୍ତ୍ତନ କରାଉଥିଲେ ବୋଲି ଜଣାପଡ଼ିଛି।

ସେପଟେ ଆଶ୍ରମରେ ତହସିଲଦାର ପହଞ୍ଚିବା ସହ ନିଖୋଜ ଛାତ୍ରଙ୍କ ସନ୍ଧାନ ପାଇଁ ଉଦ୍ୟମ ଚାଲିଛି।

You might also like