• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ନୀଳଗିରି (ବିଶ୍ୱମ୍ୱର ଦାସ): ଶୋଇବା ଘରେ ଗର୍ଜୁଥିଲା ଅଜଗର। ଏହି ଶବ୍ଦ ଶୁଣି ଭୟଭୀତ ହୋଇପଡ଼ିଥିଲେ ଘରେ ଶୋଇଥିବା ପରିବାର ଲୋକେ। ଖଟ ତଳକୁ ଅନାଇ ଦେଖିବାରୁ ଗୋଟିଏ ଅଜଗର ସାପ ଦେଖିବାକୁ ପାଇଲେ । ଗତକାଲି ରାତିରେ ଏପରି ଦୃଶ୍ୟ ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ କାଣ୍ଡଗରଡ଼ି ଗାଁର ଜଣେ ଲୋକଙ୍କ ଘରେ ଦେଖିବାକୁ ମିଳିଛି।

ପୂରା ଘଟଣା ଏମିତି। ଗତକାଲି ରାତିରେ କାଣ୍ଡଗରଡି ଗାଁର ଜୟନ୍ତ ଦାସଙ୍କ ପରିବାର ଲୋକେ ଖାଇପିଇ ଶୋଇଥିଲେ। କିନ୍ତୁ ହଠାତ ଶୋଇବା ଘରର ଖଟ ତଳୁ ସାପର ଗର୍ଜନ ଶୁଣିବାକୁ ପାଇଥିଲେ। ଏପରି ଶବ୍ଦ ଶୁଣି ପ୍ରଥମେ ପରିବାର ଲୋକେ କିଛି ଠଉରାଇ ପାରିନଥିଲେ। ପରେ ଖଟ ତଳେ ଏକ ୧୦ ଫୁଟିଆ ଅଜଗର ସାପକୁ ଦେଖି ସମସ୍ତେ ଭୟଭୀତ ହୋଇଯାଇଥିଲେ। ଆଉ ତା’ପରେ ଏନେଇ ବନ ବିଭାଗକୁ ଖବର ଦେଇଥିଲେ।

ନୀଳଗିରିର ଜଣେ ଟୁରିଷ୍ଟ ଗାଇଡ୍‌ ମନୋରଞ୍ଜନ ଦାସ ଓ ଫରେଷ୍ଟ କର୍ମଚାରୀ ସାପଟିକୁ ଉଦ୍ଧାର କରି ନିକଟସ୍ଥ ଦେବଗିରି ପାହାଡ଼ରେ ଛାଡ଼ି ଦେଇଛନ୍ତି। ସାପଟି ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ଖସି ଆସିଥିବା ଅନୁମାନ କରାଯାଉଛି। ସୂଚନାରୁ ପ୍ରକାଶ, ବର୍ଷା ଋତୁରେ ସାପମାନେ ଝରଣା ପାଣିରେ ଭାସି ଆସନ୍ତି। ମାତ୍ର ଆଉ ଜଙ୍ଗଲକୁ ଫେରିପାରନ୍ତି ନାହିଁ। ତେଣୁ ସେମାନେ ନିଜଟସ୍ଥ ଗାଁ ଚାଲିଯାଇ ପରିତ୍ୟକ୍ତ ଘର ବା ବୁଦାମୂଳରେ ରୁହନ୍ତି।

A-10-feet-long-python-which-was-found-lying-under-a-cot-rescued-and-released-in-the-forest
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories