’ଲକ୍‌ଡାଉନ୍ ହଟିବା ପରେ ବହି ବିକ୍ରି ଉପରେ ନିଷ୍ପତ୍ତି’

କଟକ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ପ୍ରଥମ ପର୍ଯ୍ୟାୟରେ ୨୧ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ୍‌କୁ ବୃଦ୍ଧି କରାଯାଇଥିଲା। ଏହାପରେ ଏହି ଅବଧିକୁ  ମେ’ ୩ ପର୍ଯ୍ୟନ୍ତ ବୃଦ୍ଧି କରା ଯାଇଥିଲା।

ମେ’ ୩ ପରେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ପାଇବ କି ନାହିଁ ସେନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ।  ତେବେ ଲକ୍‌ଡାଉନ୍ କଟକଣା‌ ହଟିବା ପରେ ବହି ବିକ୍ରି ଉପରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି। ନବମ ଓ ଦଶମ ଶ୍ରେଣୀ ପୁସ୍ତକ ବିକ୍ରି ପ୍ରସଙ୍ଗକୁ ନେଇ ବୋର୍ଡ ସଭାପତି ଏହି ସୂଚନା ଦେଇଛନ୍ତି।

ଆଜିଠୁ ବିଭିନ୍ନ ଜୋନ୍‌କୁ ବହି ପଠା ଯାଉଛି ଏବଂ ଜୟପୁର ବ୍ୟତୀତ ରାଜ୍ୟର ଅନ୍ୟ ସବୁ ଜୋନ୍‌ରେ ବହି ବିକ୍ରି ପାଇଁ ନିଷ୍ପତ୍ତି ହୋଇଛି ବୋଲି ସେ କହିଛନ୍ତି।

You might also like