ସୁସ୍ଥ ହେଲେ ଆଉ ୯୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଉ ୯୯ କରୋନା ଆକ୍ରାନ୍ତ ସୁସ୍ଥ। ସେମାନଙ୍କ ଭିତରୁ ବାଲେଶ୍ୱରରୁ ୩୪, ଗଞ୍ଜାମରୁ ୧୫, ଯାଜପୁର ଓ କେନ୍ଦ୍ରାପଡ଼ାରୁ ୧୩ ଜଣ ଲେଖାଏଁ, ପୁରୀରୁ ୧୦, ଭଦ୍ରକରୁ ୯, ନୟାଗଡ଼ରୁ ୩, ସୁନ୍ଦରଗଡ଼ ଓ ଦେବଗଡ଼ରୁ ଜଣେ ଲେଖାଏଁ ଅଛନ୍ତି। ଆଜି ସୁଦ୍ଧା ରାଜ୍ୟରେ ୬୪୯ ଜଣ ସୁସ୍ଥ ହୋଇଛନ୍ତି।

ବାଲେଶ୍ୱରରେ ସମୁଦାୟ ୧୩୩ ଜଣ ସଂକ୍ରମିତ ହୋଇଛନ୍ତି। ଏଯାବତ ୯୧ ଜଣ ସୁସ୍ଥ ହୋଇଥିବା ବେଳେ ଆଉ ୪୨ ଆକ୍ଟିଭ କେଶ ରହିଛି। ଗଂଜାମରେ ୩୫୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୪୮ ଜଣ ସୁସ୍ଥ ହୋଇଥିବା ବେଳେ ୧୦୨ଟି ଆକ୍ଟିଭ କେଶ ରହିଛି। ୩ ଜଣଙ୍କ ମୃତ୍ୟୁ ହୋଇଛି।

ଯାଜପୁର ୨୪୦ ସଂକ୍ରମିତ ହୋଇଥିବା ବେଳେ ୧୦୩ ଆରୋଗ୍ୟ ହୋଇଛନ୍ତି  ଓ ୧୩୭ଟି ଆକ୍ଟିଭ କେଶ ରହିଛି। ସେହିପରି କେନ୍ଦ୍ରାପଡାରେ ଏଯାବତ ୨୨, ପୁରୀରୁ ୧୪, ଭଦ୍ରକରୁ ୪୦, ନୟାଗଡ଼ରୁ ୪, ସୁନ୍ଦରଗଡ଼ରୁ ୨୬, ଦେବଗଡରୁ ୨ ଜଣ ସୁସ୍ଥ ହୋଇଛନ୍ତି।

ଆଜି ରାଜ୍ୟରେ ନୂଆ ୧୦୩ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି।ନୂଆ ୧୦୩ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଦେବଗଡ଼ରୁ ୨୨ଜଣ,କେନ୍ଦ୍ରାପଡ଼ାରୁ ୧୫ଜଣ, ଜଗତସିଂହପୁର ୧୦ଜଣ, ମାଲକାନଗିରିରେ ୯ଜଣ, ଭଦ୍ରକ ଓ ବଲାଙ୍ଗିରରେ ୮ଜଣ ଲେଖାଏ ଓ କୋରାପୁଟ ଓ ଗଜପତିରୁ ୬ ଜଣ ଲେଖାଏ, ଖୋର୍ଦ୍ଧା ଓ ବାଲେଶ୍ୱରରେ ୫ ଲେଖାଏ, ଗଞ୍ଜାମରୁ ୪ଜଣ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ଢେଙ୍କାନାଳରେ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ତେବେ ରାଜ୍ୟରେ ୧୪୩୮ ସଂକ୍ରମିତ ହୋଇଥିବା ବେଳେ ୬୪୯ ଜଣ ସୁସ୍ଥ ହୋଇଛନ୍ତି। ଏବେବି ୭୮୨ ଟି ଆକ୍ଟିଭ କେଶ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

You might also like