‘ଚନ୍ଦ୍ରଯାନ-୨ରେ ୯୮% ସଫଳତା ମିଳିଛି’

ଭୁବନଦେଶ୍ୱର: ଚନ୍ଦ୍ରଯାନ-୨ରେ ୯୮ ପ୍ରତିଶତ ସଫଳତା ମିଳିଛି। IIT ଭୁବନେଶ୍ୱରର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ଅବସରରେ ଇସ୍ରୋ ଅଧ୍ୟକ୍ଷ କେ. ଶିବନ୍‌ ଏହା କହିଛନ୍ତି।

ସେ କହିଛନ୍ତି, ଚନ୍ଦ୍ରଯାନ -୨ର ଅର୍ବିଟର ଠିକ୍‌ ଭାବେ କାର୍ଯ୍ୟ କରୁଛି। ଅର୍ବିଟରରେ ଗବେଷଣା ଲାଗି ୮ଟି ସରଞ୍ଜାମ ଲଗାଯାଇଛି। ଯେଉଁ ଉଦ୍ଦେଶ୍ୟରେ ଅର୍ବିଟରକୁ ଛଡ଼ା ଯାଇଥିଲା ତାହା ସଫଳ ହୋଇଛି। ଅର୍ବିଟର ପଠାଇଥିବା ଚନ୍ଦ୍ରପୃଷ୍ଠର ଫଟୋ ଗବେଷଣା କ୍ଷେତ୍ରରେ ଅନେକ ମାତ୍ରାରେ ସହାୟକ ହେବ। ମହାକାଶ ଗବେଷଣା କ୍ଷେତ୍ରରେ ଏହା ଏକ ବିରାଟ ସଫଳତା। ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ଇସ୍ରୋ ଅଧ୍ୟକ୍ଷ ଏହି ସୂଚନା ଦେଇଛନ୍ତି।

ଚନ୍ଦ୍ରପୃଷ୍ଠ ଚାରିପଟେ ଅର୍ବିଟର ଗୋଟିଏ ବର୍ଷ ପରିକ୍ରମା ଲାଗି ଯୋଜନା କରାଯାଇଥିଲା। ତେବେ ଏହା ୭ ବର୍ଷ ପର୍ଯ୍ୟନ୍ତ ସୂଚନା ଦେବାକୁ ସକ୍ଷମ।

ଅନ୍ୟପକ୍ଷରେ ଲାଣ୍ଡର ବିକ୍ରମକୁ ନେଇ କେ. ଶିବନ୍‌ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ବିକ୍ରମ ସହ ଯୋଗାଯୋଗ କରାଯାଇପାରିନାହିଁ। ଏହା ସତ୍ତ୍ୱେ ମଧ୍ୟ ଅଭିଯାନ ୯୮ ପ୍ରତିଶତ ସଫଳ ହୋଇଛି।

ବିଜ୍ଞାନ ଏବଂ ବୈଷୟିକ କ୍ଷେତ୍ରର ଗବେଷଣାରେ ଚନ୍ଦ୍ରଯାନ-୨ ଅଭିଯାନ ସହଯୋଗ କରିବ ବୋଲି ଇସ୍ରୋ ଅଧ୍ୟକ୍ଷ କହିଛନ୍ତି।

ତେବେ ଲ୍ୟାଣ୍ଡର ବିକ୍ରମର କେଉଁଠି ତ୍ରୁଟି ରହିଲା ସେନେଇ ଅନୁସନ୍ଧାନ ଚାଲିଛି। ବିକ୍ରମ ସମ୍ପର୍କରେ ତଥ୍ୟ ହସ୍ତଗତ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଆସନ୍ତା ବର୍ଷ ଶେଷ ବେଳକୁ ଗଗନାୟନ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ଏଥିସହ ଇସ୍ରୋ ବୈଜ୍ଞାନିକଙ୍କ କାର୍ଯ୍ୟଧାରାକୁ କେ. ଶିବନ୍‌ ଭୂୟସୀ ପ୍ରଶଂସା କରିଛନ୍ତି।

ଆହୁରି ପଢ଼ନ୍ତୁ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

You might also like