ଭୋଟ୍‌ ଦେବା ପାଇଁ ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ବୃଦ୍ଧଙ୍କ ମୃତ୍ୟୁ

ଆସିକା(ମନୋଜ ମୁନି): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବୁଥ୍ ନମ୍ବର-୧୮୩ରେ ଜଣେ ବୃଦ୍ଧ ଭୋଟ୍ ଦେବାକୁ ଆସିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ନଟବର ବେହେରା। ତାଙ୍କ ଘର କଂସାମାରି ଗାଁରେ। ତାଙ୍କୁ ୯୫ ବର୍ଷ ବୟସ ବୋଲି ଜଣାପଡ଼ିଛି। ନଟବର ଏକ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି।

ତେବେ ତାଙ୍କର ମୃତ୍ୟୁ କିପରି ହେଲା ସେ ନେଇ କୌଣସି ସୂଚନା ମିଳିପାରି ନ ଥିବାବେଳେ ଅତ୍ୟଧିକ ଗରମ ଯୋଗୁ ମୃତ୍ୟୁ ଘଟିଥିବା କୁହାଯାଉଛି।

ସାଧାରଣ ନିର୍ବାଚନ ପାଇଁ ଆଜି ଦେଶର ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି।

ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ନିର୍ବାଚନ ହେଉଥିବା ବେଳେ ଆଜି ୫ଟି ଲୋକସଭା ସହ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ତେବେ ମତଦାନ ଆରମ୍ଭ ପୂର୍ବରୁ କେଉଁଠି ଇଭିଏମ୍‌ ଅଚଳ ହୋଇପଡ଼ିଥିବା ଖବର ଆସୁଥିବା ବେଳେ ଆଉ କେଉଁଠି ଲୋକମାନେ ବିଭିନ୍ନ ଦାବି ପୂରଣ ନ ହେବାରୁ ଭୋଟ୍‌ ବର୍ଜନ କରିଥିବା ଜଣାପଡ଼ିଛି।

You might also like