ଭୁବନେଶ୍ୱରରୁ ଚିହ୍ନଟ ହେଲେ ନୂଆ ୯୧ କରୋନା ପଜିଟିଭ୍, ସୁସ୍ଥ ହେଲେ ୯୯
ଭୁବନେଶ୍ୱର: ଭୁବନେଶ୍ୱରରୁ ଆଉ ୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ କେନ୍ଦ୍ରରୁ ୭୨ ଜଣ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ୍ କେସ୍ ୧୯ ରହିଛି। ଏନେଇ ଟ୍ୱିଟ୍ ବିଏମ୍ସି ପକ୍ଷରୁ ଯୋଗେ ସୂଚନା ଦିଆଯାଇଛି। ତେବେ ୯୯ଜଣ ସୁସ୍ଥ ହୋଇଛନ୍ତି।
ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୪୩ରେ ପହଞ୍ଚି ଥିବାବେଳେ ୭୨୪ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ଆକ୍ଟିଭ କେସ୍ ୬୦୬ ରହିଛି। ୧୧ ଜଣଙ୍କ ମୃତ୍ୟୁ ହୋଇଛି।