ପୁଣି କନ୍ଧମାଳରେ ଲଜ୍ଜା: ୯ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ପୁଣି ଏକ ଲଜ୍ଜାକର ଘଟଣା ଘଟିଛି। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅଞ୍ଚଳର ୯ବର୍ଷର ନାବାଳିକାକୁ ଜଣେ ଦଶମ ଶ୍ରେଣୀର ନାବାଳକ ଛାତ୍ର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ନାବାଳିକାକୁ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ADMO କହିଛନ୍ତି।

ସୂଚନା ଅନୁସାରେ, ନାବାଳିକା ଜଣକ ଖେଳିବାକୁ ଯାଇଥିବା ବେଳେ ନାବାଳକ ଛାତ୍ର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ, ଏହି ଘଟଣାରେ ତୁମୁଡ଼ିବନ୍ଧ ଥାନାରେ ଏକ ମାମଲା ରୁଜୁ ହୋଇଛି। ମାମଲାକୁ ଭିତ୍ତି କରି ପୁଲିସ୍‌ ସଂପୃକ୍ତ ନାବାଳକକୁ ଜୁଭେନାଇଲ୍‌ କୋର୍ଟରେ ହାଜର କରିଥିବା ଜଣାପଡ଼ିଛି।

ସୂଚନାଥାଉ କି, ଗତ କିଛିଦିନ ତଳେ କନ୍ଧମାଳ ଜିଲ୍ଲାରେ ଏକ ସେବାଶ୍ରମରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଶିଶୁକନ୍ୟା ପ୍ରସବ ଘଟଣାକୁ ନେଇ ସାରା ରାଜ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାର କିଛିଦିନ ପରେ ପୁଣି ଜିଲ୍ଲାରେ ଜଣେ ନାବାଳିକା ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଥିଲା।

ଆହୁରି ମଧ୍ୟ ପଢ଼ନ୍ତୁ: ପୁଣି ଜଣେ ନାବାଳିକା ଗର୍ଭବତୀ ହୋଇଥିବା ଅଭିଯୋଗ

You might also like