ଜନ୍ମଦିନରେ ଆସିଲା ମରଣ

ନୂଆପଡ଼ା: ଜନ୍ମଦିନରେ ଚାଲିଗଲା ଜୀବନ। ମାଆ ସହ ସ୍କୁଟିରେ ଘରକୁ ଫେରୁଥିବାବେଳେ ଟ୍ରକ୍ ଚଢିଯିବାରୁ ଗାଡି ପଛରେ ବସିଥିବା ୯ ବର୍ଷର ଝିଅର ଶୋଚନୀୟ ମୃତ୍ୟୁ। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ନୂଆପଡ଼ା ଖଡିଆଳ ବୋଡେନ ଛକ ନିକଟରେ।

ନିଜ ଜନ୍ମଦିନ ପାଳନ ନେଇ ମାଆ ରିତା ଖମ୍ପରିଆଙ୍କ ସହ ସ୍କୁଟିରେ ଘରକୁ ଫେରୁଥିଲା ୯ ବର୍ଷୀୟ ଝିଅ ବୈଷ୍ଣବୀ। ତେବେ ବୋଡେନ ଛକ ନିକଟରେ ପଛପଟୁ ଏକ ଟ୍ରକ୍ ସ୍କୁଟିିକୁ ଧକ୍କା ଦେଇଥିଲା। ଫଳରେ ଗାଡିରୁ ପଡିଯାଇଥିଲେ ରିତା।

ତେବେ ପଛରେ ବସିଥିବା ଝିଅ ଟ୍ରକ ଚକ ତଳେ ପଡିଯିବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଯାଇଛି। ମାଆ ରିତା ଖମ୍ପରିଆ ସାମାନ୍ୟ ଆହତ ହୋଇଛନ୍ତି। ଦୁର୍ଘଟଣା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ପୋଲିସ ପହଞ୍ଚି ତଦନ୍ତ କରୁଥିବାବେଳେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

You might also like