• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

୧. ବଢୁଛି ଘୋଷଯାତ୍ରା ଅଡୁଆ: ବନ୍ଦ ଲାଗି ଆବେଦନ ଉପରେ କାଲି ସୁପ୍ରିମକୋର୍ଟରେ ଶୁଣାଣି, ମେସିନ୍ କିମ୍ବା ହାତୀ ଦ୍ୱାରା ରଥ ଟାଣିବାକୁ ହାଇକୋର୍ଟଙ୍କ ପରାମର୍ଶ ପରେ ମିଶ୍ର ପ୍ରତିକ୍ରିୟା, ବିଜେପିର ଅଭିଯୋଗ, ରଥଯାତ୍ରା ବନ୍ଦ ପାଇଁ ଚାଲିଛି ବ୍ୟାକଡୋରର ଷଡ଼ଯନ୍ତ୍ର।

୨. ରାଜ୍ୟରେ ୧୧କୁ ବଢ଼ିଲା କରୋନା ମୃତ୍ୟୁ, ୧୮୬ ନୂଆ ପଜିଟିଭ୍ ସହ ୪ ହଜାର ମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା, ଏପଟେ ସୁସ୍ଥ ହେଲେ ଆଉ ୧୧୪, ସ୍ଥିତି ବିଗୁଡୁଥିବାରୁ ଗଞ୍ଜାମରେ ୩୦ ଜୁନ୍ ଯାଏଁ ଲକଡାଉନ୍ ଘୋଷଣା।

୩. ବାକିରେ ଚାଲିଛି କି କ୍ୱାରେଣ୍ଟିନ୍ ସେଣ୍ଟର, ବେଡ୍ ଦେଇ କୋଟି କୋଟି ଟଙ୍କା ପାଇଁ ଅପେକ୍ଷା କରିଛନ୍ତି ସପ୍ଲାୟର, ଏପଟେ ଟିମ୍ଏସି ଖର୍ଚ୍ଚର ହିସାବ ନେଇ ପଞ୍ଚାୟତିରାଜ ସଚିବଙ୍କ ଚିଠି ପରେ ଜିଲ୍ଲାପାଳ କ୍ଷମତା ପାଇଥିବା ସରପଞ୍ଚ ଖପ୍ପା।

୪. ଚିଟଫଣ୍ଡ ମହାଦୁର୍ନୀତି ତଦନ୍ତରେ ପୁଣି କଡ଼ ଲେଉଟାଇଲା ସିବିଆଇ: ମଧ୍ୟସ୍ଥି ଶୁଭଙ୍କରକୁ ଗୁପ୍ତରେ ଦୀର୍ଘ ସମୟ ଧରି ଜେରା, ସିସୋର ଦୁର୍ନୀତି ସହ ଡାଏରୀ ଲିଙ୍କ୍‌ରେ ବଡ଼ବଡ଼ିଆଙ୍କ ତଥ୍ୟ ପାଇଥିବା ଚର୍ଚ୍ଚା, ଜମାକାରୀ କହିଲେ ଆଉ ତଦନ୍ତ ନୁହେଁ, ଟଙ୍କା ଫେରାଅ।

୬. ଲକଡାଉନ୍ ବେଳେ ଖଣିଜ ପରିବହନକୁ ନେଇ ନୂଆ ବିବାଦ: ମାଇନିଂ ଅପରେସନ୍‌କୁ ଅତ୍ୟାବଶ୍ୟକ ସେବାରେ ସାମିଲ କରାଯିବାର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇ ସରକାରଙ୍କୁ ଘେରିଲେ ବିରୋଧୀ, ମନ୍ତ୍ରୀ କହିଲେ ଆର୍ଥିକ ସ୍ଥିତି ସୁଧାରିବା ପାଇଁ ପଦକ୍ଷେପ।

୭. ନୟାଗଡ଼ରେ ବାଘଛାଲ ରାକେଟ୍‌ର ପର୍ଦ୍ଦାଫାସ୍ ପରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ଚିତ୍ର। ମୃତ ବାଘ ଦେହରୁ ଛାଲ ଉତାରୁଛନ୍ତି ଗିରଫ ପଞ୍ଚାୟତ ସମିତି ସଭ୍ୟ, ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ୍ ପରେ ବାଘ ସୁରକ୍ଷାକୁ ନେଇ ଉଦବେଗ।

୮. ଅବେଳରେ ଝଡ଼ିଗଲେ ବଲିଉଡ୍‌ର ଧୋନି, ଉଦୀୟମାନ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଆତ୍ମହତ୍ୟା ଖବରରେ ସ୍ତବ୍ଧ ସିନେ ଜଗତ, ରିଲ୍‌ରେ ଜୀବନକୁ ଉପଭୋଗର ବାର୍ତ୍ତା ବାଣ୍ଟିଥିବା ତାରକାଙ୍କ ଚରମ ନିଷ୍ପତ୍ତିକୁ ବିଶ୍ୱାସ କରିପାରୁନାହାନ୍ତି ପ୍ରଶଂସକ।

୯. କରୋନା ପାଇଁ ଫିକା ଫିକା ରଜ ମଉଜ, ସାମାଜିକ କଟକଣାରୁ ଏକାଠି ହେଲେନି ଝିଅବୋହୂ, ଜମିଲାନି ଦୋଳି କି ପୁଚିର ଆସର, ଏପଟେ ରଜ ବଜାରରେ ତରଙ୍ଗ ଚ୍ୟାନେଲ୍ ଓ ତରଙ୍ଗ ପ୍ଲସ୍ ଆପ୍‌ରେ ରିଲିଜ୍ ହେଲା ଟେଲି ଫିଲ୍ମ ମୂଷା ମୋର ରଜନୀକାନ୍ତ।

9-top-headlines
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories