ଲୁଟେରାକୁ କରୋନା, କ୍ୱାରେଣ୍ଟିନ୍‌ରେ ଯିବେ ୯ ପୋଲିସ୍ କର୍ମଚାରୀ

ପୁରୀ: ଲୁଟେରା ପଜିଟିଭ୍ ଚିହ୍ନଟ ପରେ କ୍ୱାରେଣ୍ଟିନ୍‌ରେ ଯିବେ ୯ ପୋଲିସ କର୍ମଚାରୀ। ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନାର ୯ ଜଣ ପୋଲିସ କର୍ମଚାରୀ କ୍ୱାରେଣ୍ଟିନ୍‌ରେ ଯିବେ। ଗତ ୯ରେ କୃଷ୍ଣପ୍ରସାଦ ବ୍ଲକ ମୀର୍ଜାପୁର ଗାଁରୁ ଜଣେ ଲୁଟେରା ଧରାପଡ଼ିଥିଲ। ୧୧ରେ ଲୁଟେରାର ସାମ୍ପଲ୍ ଯାଇଥିଲା, ଆଜି ରିପୋର୍ଟ ପଜିଟିଭ୍ ବାହାରିଥିଲା।

ଏହା ପରେ ଆକ୍ରାନ୍ତ ଲୁଟେରାଙ୍କ ସଂସ୍ପର୍ଶରେ ଆସିଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ୭ ଦିନ କ୍ୱାରେଣ୍ଟିନ୍ ପରେ ଏହି ୯ ପୋଲିସ କର୍ମଚାରୀଙ୍କ କରୋନା ଟେଷ୍ଟ ହେବ ବୋଲି ପୁରୀ ଏସ୍‌ପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

ପ୍ରକାଶଥାଉକି, ଆଜି ପୁରୀରୁ ୧୫ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଏଯାବତ୍ ଏହି ଜିଲ୍ଲାରେ ୧୪୮ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯୮ ସୁସ୍ଥ ହୋଇଥିବା ବେଳେ ଆଉ ୫୦ ଆକ୍ଟିଭ କେଶ ରହିଛି।

You might also like