ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଉ ୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୯ ଜଣଙ୍କ ମଧ୍ୟରୁ ଜଣେ ହୋମ୍ କ୍ୱାରେଣ୍ଟିନ୍‌ରେ ଥିଲେ ଓ ୮ଟି ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି।

୮ଟି ଲୋକାଲ୍‌ କଣ୍ଟାକ୍ଟ କେସ୍ ମଧ୍ୟରୁ ୪ଟି ଶିରିପୁର ଲକ୍ଷ୍ମୀବଜାର ବସ୍ତି ଲିଙ୍କ୍‌ରୁ ଚିହ୍ନଟ ହୋଇଥିବାବେଳେ RBI ଅଫିସ୍ ପାଖ ଏକ ଘରୋଇ ସିକ୍ୟୁରିଟି ଗାର୍ଡ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଏକ ଘରୋଇ ହସ୍ପିଟାଲର ୩ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ସୂଚନା ଦିଆଯାଇଛି।

ତେବେ ଭୁବନେଶ୍ୱରରେ ଆଉ ୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ନୂଆ ଆକ୍ରାନ୍ତ ମିଶାଇ ଭୁବନେଶ୍ୱରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୮୩ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୪୮ଜଣ ସୁସ୍ଥ ହୋଇ ଥିବାବେଳେ ୧୩୧ ଜଣ ଚିକିତ୍ସାଧୀନ ଅଛନ୍ତି। ୩ ଜଣଙ୍କ ମୃତ୍ୟୁ ଘଟିଛି।

You might also like