ରାଜଧାନୀରେ ଅାତଙ୍କ ଚଳାଇଥିବା ଛିନ୍‌ତାଇ ଗ୍ୟାଙ୍ଗର ପର୍ଦ୍ଦାଫାସ

୯ ଗିରଫ, ୩୫ଟି ମୋବାଇଲ ଓ ୩ଟି ବାଇକକୁ ଜବତ କଲା ପୁଲିସ

ଭୁବନେଶ୍ୱର : ରାଜଧାନୀରେ ଅାତଙ୍କ ଚଳାଇଥିବା ଛିନ୍‌ତାଇ ଗ୍ୟାଙ୍ଗର ପର୍ଦ୍ଦାଫାସ। ତିନୋଟି ଛିନ୍‌ତାଇ ଗ୍ୟାଙ୍ଗର ୯ ଜଣ ଲୁଟେରା ଗିରଫ।  ୩୫ଟି ଲୁଟ୍‌ ମୋବାଇଲ ସମେତ ତିନୋଟି ବାଇକ୍‌ ଜବତ କରିଛି ପୁଲିସ୍‌। ଜଟଣୀ ପୁଲିସ, ବରଗଡ ପୁଲିସ ସ୍ପେଶାଲ ସ୍କାର୍ଡ ଏମାନଙ୍କୁ ଗିରଫ କରିଛନ୍ତି।

ଖଣ୍ଡିଗିରି, ପାତ୍ରପଡା, ଜଟଣୀ ସମେତ ସହରର ଏକାଧିକ ଥାନା ଅଂଚଳରେ ଏମାନେ କୋକୁଅା ଭୟ ସୃଷ୍ଟି କରିଥିଲେ। ମହିଳାଙ୍କୁ ଟାର୍ଗେଟ କରିବା ସହ ଚଳନ୍ତା ବାଇକ୍‌ ଉପରକୁ ଅତର୍କିତ ଲୁଟ୍‌ ଉଦ୍ୟମ କରନ୍ତି। ହକି ଓ୍ୱାଲର୍ଡ କପ୍‌କୁ ଅାଖି ଅାଗରେ ରଖି ପୁଲିସ ପକ୍ଷରୁ ଏନେଇ ସ୍ପେଶାଲ ଡ୍ରାଇଭ କରାଯାଇଥିଲା।

ସପ୍ତାହ ମଧ୍ୟରେ ପୁଲିସ ୧୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୭୩ ମୋବାଇଲ ଜବତ କରିଛି।  ଏବେବି ଅାହୁରି ଅଧିକ ଗ୍ୟାଙ୍ଗ ସହର ଭିତରେ ଅପରେଟ କରୁଥିବା ପୁଲିସ କମିଶନର ସୂଚନା ଦେଇଛନ୍ତି।

You might also like