ରାଜଧାନୀର ଭିଆଇପି କଲୋନୀରେ ଜୁଆ ଆଡ୍ଡା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଭିଆଇପି କଲୋନୀରେ ଜୁଆ ଆଡ୍ଡା ଠାବ ହୋଇଛି। ଗତକାଲି ବିଳମ୍ବିତ ରାତିରେ ପୁଲିସ୍‌ ଚଢ଼ଉ କରି IRC ଭିଲେଜ୍‌ର ଭିଆଇପି କଲୋନୀରେ ଥିବା ଏକ ହୋଟେଲ୍‌ରେ ଏହି ଜୁଆ ଆଡ୍ଡା ଠାବ ହୋଇଛି।

ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୁଲିସ୍‌ ୯ଜଣଙ୍କୁ ଗିରଫ କରିଛି। ଗିରଫ ଜୁଆଡ଼ିଙ୍କ ମଧ୍ୟରେ ଅଧିକାଂଶ ବ୍ୟବସାୟୀ ଓ ଠିକାଦାର ଥିବା ସୂଚନା ମିଳିଛି।

ଭିଆଇପି କଲୋନୀରେ ଥିବା ଏକ ହୋଟେଲ୍‌ରେ ରାଜକୀୟ ଶୈଳୀରେ ଜୁଆ ଆଡ୍ଡା ଚାଲି ଥିବାବେଳେ ଖବର ପାଇ ପୁଲିସ୍‌ ଚଢ଼ଉ କରିଥିଲା। ଏହି ଘଟଣାରେ ୯ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧ ଲକ୍ଷ ୫୦ ହଜାର ଟଙ୍କା ଓ ୩ଟି ଦାମୀ କାର୍ ଜବତ କରିଛି ପୁଲିସ୍‌।

You might also like