ମନ୍ଦିର ହୁଣ୍ଡି ତଳେ ବିରାଟ ଅହିରାଜ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ ଅନ୍ତର୍ଗତ ଚୈତନପୁର ଶାସନ ନନ୍ଦିକେଶ୍ୱର ମନ୍ଦିର ପରିସରରୁ ଏକ ୯ ଫୁଟର ଅହିରାଜ ସାପକୁ ଉଦ୍ଧାର କରାଯାଇଛି। ମନ୍ଦିର ପୂଜକ ସନ୍ଧ୍ୟା ଆଳତି ସାରି ଫେରୁଥିବା ସମୟରେ ହଠାତ୍‌ ମନ୍ଦିର ହୁଣ୍ଡି ତଳେ ଏହି ବିରାଟ ସାପଟିକୁ ଦେଖିଥିଲେ। ଏସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇଥିଲେ।

ଖବରପାଇ ସ୍ନେକ୍‌ ହେଲ୍‌ପ୍‌ ଲାଇନ୍ ସଦସ୍ୟ‌‌ ଓ ସ୍ଥାନୀୟ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅହିରାଜକୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ସାପଟିକୁ ସଂରକ୍ଷିତ ଜଙ୍ଗଲରେ ଛଡ଼ାଯାଇଥିଲା।

You might also like