ବୁର୍ଲା ମେଡିକାଲରେ ୯ ଡାକ୍ତରଙ୍କୁ କରୋନା

ସମ୍ବଲପୁର: ବୁର୍ଲା ଭୀମସାରରେ ୯ ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମେଡିସିନ୍ ବିଭାଗର ୯ ଜଣ ଡାକ୍ତର ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଭୀମସାର ନିର୍ଦ୍ଦେଶକ ଡାକ୍ତର ଲଳିତ କୁମାର ମେହେର ସୂଚନା ଦେଇଛନ୍ତି। ପଜିଟିଭ୍ ଚିହ୍ନଟ ପରେ ମେଡିସିନ୍ ବିଭାଗର OPD ଆଜି ପାଇଁ ବନ୍ଦ କରାଯାଇଥିବା ସେ କହିଛନ୍ତି।

ଆଜି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୧, ୩୮୪ କରୋନା ପଜିଟିଭ। ୨୮ ଜିଲ୍ଲାରୁ ୧,୩୮୪ ପଜିଟିଭ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୮୮୯ ଜଣ  ଥିବାବେଳେ ଲୋକାଲ କେସ୍‌ ଅଛି ୪୯୫।

You might also like