ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ: ୯ ଗିରଫ

ସୋର: ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ଘଟଣାରେ ୯ ଜଣ ଡକାୟତଙ୍କୁ ଗିରଫ କରିଛି ସୋର ପୋଲିସ। ନଭେମ୍ବର ମାସ ୨୮ ତାରିଖ ରାତିରେ ବାଲେଶ୍ୱର ଜିଲ୍ଲା ସୋର କୁପାରୀ ରାସ୍ତା ପିତାକାଳିଆ ଛକ ନିକଟରେ ଗ୍ରାମବାସୀ ଓ ଡକାୟତ ଗ୍ୟାଙ୍ଗ ମଧ୍ୟରେ ଖଣ୍ଡ ଯୁଦ୍ଧ ହୋଇଥିଲା। ଏଥିରେ ୪ ଜଣ ଗ୍ରାମବାସୀ ଆହାତ ହୋଇଥିଲେ।

ଘଟଣାରେ ସୋର ପୋଲିସ କେନ୍ଦ୍ରାପଡ଼ା, କଟକ, ଭଦ୍ରକ ଓ ବାଲେଶ୍ୱର ଆଦି ଅଞ୍ଚଳରୁ ଚଢ଼ାଉ କରି ୯ ଜଣ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ବିଭିନ୍ନ ମାରଣାସ୍ତ୍ର ସହ ଦୁଇଟି ବନ୍ଧୁକ, ୪ଟି ବାଇକ୍ , ସୁନା ଅଳଙ୍କାର ଜବତ କରିଛି। ସୋର ଥାନା ଆଇ.ଆଇ.ସି. ମଧୁମିତା ମହାନ୍ତିଙ୍କ ତତ୍ତ୍ୱାବଧାନରେ ଏ.ଏସ୍.ଆଇ. ପ୍ରଦୀପ ମହାନ୍ତି, ଏ.ଏସ.ଆଇ. ପ୍ରତାପ କାଲୋ ଚଡାଉରେ ସାମିଲ ଥିଲେ। ଏହି ଡକାୟତଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଥିବା ପୋଲିସ ସୂଚନା ଦେଇଛି।

You might also like