କେନ୍ଦୁଝର ଜିଲ୍ଲା କାରାଗରର ୯ ଜଣ କଏଦୀ କରୋନା ପଜିଟିଭ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା କାରାଗରର ୯ ଜଣ କଏଦୀ କରୋନା ପଜିଟିଭ । କେନ୍ଦୁଝର ଜିଲ୍ଲା କାରାଗାରରେ କିଛି ଦିନ ତଳେ ଜଣେ ରୋଗୀଙ୍କ ଠାରେ କରୋନା ଲକ୍ଷଣ ଦେଖାଦେଇଥିଲା । ଏହାପରେ ସମ୍ପୃକ୍ତଙ୍କ ସାଥିରେ ଥିବା ଅନ୍ୟ ୩୦ ରୋଗୀଙ୍କ କରୋନା ପରୀକ୍ଷା କରାଯାଇଥିଲା  । ସେମାନଙ୍କ ମଧ୍ୟରୁ ୯ ଜଣ କଏଦୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି  । କରୋନା ସଂକ୍ରମିତ କଏଦୀଙ୍କୁ ଏକ ସ୍ବତନ୍ତ୍ର ସଂଗରୋଧ କକ୍ଷରେ ରଖାଯାଇ ଚିକିତ୍ସା ଚାଲିଛି । ଅନ୍ୟ ୨୧ କଏଦୀ ଡାକ୍ତରଙ୍କ ତତ୍ୱାବଧାନରେ ରହିଛନ୍ତି । ବର୍ତ୍ତମାନ କେନ୍ଦୁଝର ଜେଲରେ ୫୬୫ ଜଣ କଏଦୀ ଥିବା ସୂଚନା ଦେଇଛନ୍ତି ଜେଲର ।

 

ସେପଟେ ମୟୂରଭଞ୍ଜ ଜିଲ୍ଲା ଉଦଳା ସବଜେଲରେ କରୋନା ପଜିଟିଭକୁ ନେଇ ପ୍ରଶାସନର ଚିନ୍ତା । ଉଦଳା ସବଜେଲରେ ୨୧ଜଣ କଏଦୀଙ୍କ କରୋନା ପଜିଟିଭ ଚିହ୍ନଟ ପରେ ଜେଲକୁ ସାନିଟାଇଜ କରାଯାଇଛି । ଏଥିସହ କୋଭିଡ ଆକ୍ରାନ୍ତଙ୍କୁ ଜେଲ ପରିସର ଆଇସୋଲେନରେ ରଖାଯାଇଛି । ଉଦଳା ସବଜେଲରେ ୧୧୨ ଜଣ କଏଦୀ ରହୁଥିବାବେଳେ ୭୬ଜଣଙ୍କ କୋଭିଡ ପରକ୍ଷା କରାଯାଇଥିଲା । ଜଣେ ଡ଼ାକ୍ତର ଓ ଫାର୍ମାସିଷ୍ଟ ପ୍ରତ୍ୟେକ ସମୟରେରେ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି ।

ସବୁ କରୋନା ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ ଥିବାବେଳେ ଆବଶ୍ୟକ ପଡିଲେ କୋଭିଡ ସେଣ୍ଟରକୁ ପଠାଯିବ ବୋଲି ଡାକ୍ତର କହିଛନ୍ତି । ତେବେ ଜେଲ ଭିତରେ ଥିବା ଅନ୍ୟ କଏଦୀ କିଭଳି ସଂକ୍ରମିତ ନହେବେ ସେଥିପ୍ରତି ନଜର ଦିଆଯାଉଛି । ଯେଉଁମାନେ ଜେଲକୁ ଆସୁଛନ୍ତି ସେମାନଙ୍କୁ କୋଭିଡ ପରୀକ୍ଷା କରି ରଖା ଯାଉଥିବା କହିଛନ୍ତି ଭାରପ୍ରାପ୍ତ ଜେଲର ଧନେଶ୍ୱର ସାହୁ ।

ଅନ୍ୟପଟେ ଆଜି ରାଜ୍ୟରେ ସଂକ୍ରମଣ ୧୦ ହଜାର ଟପିଲା । ଗତ ଚାରି ଦିନ ହେବ ସଂକ୍ରମଣ ଧୀରେ ଧୀରେ ଖସୁଥିବା ବେଳେ ଆଜି ପୁଣି ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ୨୪ ଘଣ୍ଟାରେ ରାଜ୍ୟରେ ୧୦,୯୮୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୬୫ ହଜାର ୬୪୮ରେ ପହଞ୍ଚିଯାଇଛି । ସବୁଦିନ ପରି ଆଜି ବି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ଆଜି ୧୫୩୯ ନୂଆ ପଜିଟିଭ୍ ବାହାରିଛନ୍ତି । ନୂଆ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୧୪୯ ଜଣ କ୍ବାରେଣ୍ଟାଇନ୍‌ରେ ଥିବାବେଳେ ୪୮୩୩ ଜଣ ଚିହ୍ନଟ ହୋଇଛନ୍ତି ସ୍ଥାନୀୟ ସଂକ୍ରମଣ  ।

You might also like