ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

ନବରଙ୍ଗପୁର: ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଜୋର ଜବରଦସ୍ତ ଜଙ୍ଗଲକୁ ଟାଣି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି, ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନାରେ।

ଅଭିଯୋଗ ଅନୁଯାୟୀ, ପୀଡ଼ିତା ନାବାଳିକା ଚନ୍ଦାହାଣ୍ଡି ଅଞ୍ଚଳର। ଏକ ଆଶ୍ରମ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଥିଲେ। ଦେହ ଖରାପ ହେବାରୁ ଉମରକୋଟ ଥାନା ଅଞ୍ଚଳରେ ନିଜ ଘରକୁ ଆସିଥିଲେ। ଗତ ୧୬ ତାରିଖ ରାତିରେ ଘରୁ ଶୌଚ ପାଇଁ ବାହାରକୁ ଆସିଥିବା ବେଳେ ସେହି ଅଞ୍ଚଳର ଅଭିଯୁକ୍ତ କ୍ରିଷ୍ଣା କଲାର ଜୋରଜବରଦସ୍ତ ତାଙ୍କୁ ଟାଣିନେଇ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ଏନେଇ ଜଣେ ସମାଜସେବୀଙ୍କ ସହାୟତାରେ ପୀଡ଼ିତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

You might also like