ଗୁଣୁପୁର ଟ୍ରିପଲ୍ ମର୍ଡର୍‌ ଘଟଣାର ପର୍ଦ୍ଦାଫାଶ: ୯ ଗିରଫ

ଗୁଣୁପୁର(ଇନ୍ଦ୍ରଜିତ୍‌ କୁମାର ପଣ୍ଡା): ଉକୁମ୍ବାଗୁଡ଼ା ଟ୍ରିପଲ୍ ମର୍ଡର ଘଟଣାର ପର୍ଦ୍ଦାଫାଶ ହୋଇଛି। ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୯ ଜଣଙ୍କୁ ଗିରଫ କରିଛି ଗୁଣପୁର ପୁଲିସ।

ଗୁଣିଗାରେଡ଼ି ସନ୍ଦେହରେ ଗତ ୨୩ ତାରିଖ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଗାଁର କିଛି ଲୋକ ସଂଘବଦ୍ଧ ଭାବେ ଗୋପାଳ ଶବର, ପତ୍ନୀ ଲକ୍ଷ୍ମୀ ଶବର ଓ ଜଣେ ବୃଦ୍ଧାଙ୍କୁ ବ୍ୟାଟ୍‌ରେ ପିଟି ମାରିଥିବା ଅଭିଯୋଗ ହୋଇଥିଲା। ଘରୁ ଡାକି ନେଇ ଗାଁ ମୁଣ୍ଡରେ ପିଟି ହତ୍ୟା କରିବା ପରେ ଶବ ଜାଳି ଦେଇଥିଲେ। ଅଭିଯୁକ୍ତ ଆଜି ଅଭିଯୁକ୍ତମାନଙ୍କୁ ଗିରଫ ସହ ହାଡ଼, ପାଉଁଶ ଜବତ କରିଛି ଗୁଣପୁର ପୁଲିସ।

You might also like