• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଯାଜପୁର (ଅଭୟ କୁମାର ପତି) : ଜନ୍ମରୁ ନାହିଁ ମଳ ଦ୍ୱାର । ପେଟ ବାଟେ ହେଉଛି ମଳତ୍ୟାଗ । ୮ ବର୍ଷ ହେବ ଏମିତି କଷ୍ଟରେ ବିତୁଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାକୁଲ ପ୍ରଧାନଙ୍କ ଜୀବନ । ମଳଦ୍ୱାର ଅପରେସନ ପାଇଁ ମାଆଙ୍କ ପାଖରେ ନାହିଁ ଧନ ମୂଲ ଲାଗି ୨ ପୁଅଙ୍କ ପେଟ ପୋଷନ୍ତି। ସେପଟେ ସ୍ୱାମୀ ପିଲା ମାଆଙ୍କୁ ଛାଡ଼ି କେଉଁ ଆଡ଼େ ଚାଲି ଯାଇଛନ୍ତି । ଏଣୁ ପ୍ରଶାସନ ନିକଟରେ ପୁଅର ଅପରେସନ ଲାଗି ଆକୁଳ ନିବେଦନ କରିଛନ୍ତି ମାଆ କୁନି ପ୍ରଧାନ। 

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ସାରଙ୍ଗପୁର ପଞ୍ଚାୟତର ପ୍ରଧାନ ସାହିରେ ଦୟନୀୟ ଅବସ୍ଥାରେ ବିତୁଛି ୮ ବର୍ଷିୟ କାକୁଲ ପ୍ରଧାନଙ୍କ ଜୀବନ । ଜନ୍ମବେଳେ ମଳ ଦ୍ୱାର ନଧିବାରୁ ଦାନଗଦି ମେଡ଼ିକାଲରେ ପେଟ ବାଟେ ମଳଦ୍ୱାର ବ୍ୟବସ୍ଥା ହୋଇଥିଲା । ଏ ମଧ୍ୟରେ ୮ ବର୍ଷ ବିତିଛି, ତେବେ କାକୁଲଙ୍କ ଆଉ ମଳଦ୍ୱାର ଲାଗି ଅପରେସନ ହୋଇନି । ମାଆ କୁନି ଦିନ ମଜୁରିଆ ହୋଇଥିବା ବେଳେ ସ୍ୱାମୀ ୩ ବର୍ଷ ହେବ କୁଆଡ଼େ ଛାଡ଼ି ଚାଲିଯାଇଛନ୍ତି । ଏମିତିରେ ପିଲାଙ୍କୁ ୨ ଓଳା ଖାଇବା ଯୋଗାଡ଼ରେ ଥିବା କୁନି କାକୁଲର ଚିକିତ୍ସା ପାଇଁ ସମର୍ଥ ନୁହଁନ୍ତି। ସରକାରୀ ସ୍ତରରେ ସହାୟତା ଲାଗି ସେ ନିବେଦନ କରିଛନ୍ତି ।

ବ୍ୟୟ ବହୁଳ ଅସ୍ତ୍ରୋପଚାର ଲାଗି ଅସମର୍ଥ ଥିବା କୁନିଙ୍କ ଗୁହାରୀ ଶୁଣି ଶିଶୁ ସୁରକ୍ଷା ୟୁନିଟ ଡାକ୍ତରଙ୍କ ସହ କାକୁଲଙ୍କୁ ଭେଟିଛନ୍ତି । କାକୁଲ ଚିକିତ୍ସା କଟକ ଶିଶୁ ଭବନରେ କରାଯିବ ଓ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ତାଙ୍କୁ ସହାୟତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛି ଶିଶୁ ସୁରକ୍ଷା ୟୁନିଟ୍ ।

ଶିଶୁ ସୁରକ୍ଷା ୟୁନିଟ୍‌ ଠାରୁ ପ୍ରତିଶ୍ରୁତି ମିଳିବା ପରେ କୁନିଙ୍କ ମନରେ ନୂତନ ଆଶା ଜାଗ୍ରତ ହୋଇଛି। ତା ପୁଅ ପୁଣି ହସି ଖେଳିପାରିବ ବୋଲି ଆଶା ବାନ୍ଧି ରହିଛି ମାଆ।

 

 

 

8years-boy-has-no-anus-in-jajpursukinda
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories