୮ ଫୁଟ ଲମ୍ବର ଅଜଗର ଉଦ୍ଧାର

ବ୍ୟକ୍ତିଙ୍କ ବାଡିରେ ଥିଲା ଅଜଗର

ମୟୂରଭଞ୍ଜ : ମୟୂରଭଞ୍ଜ ଉଦଳା ବନାଞ୍ଚଳ ଅନ୍ତର୍ଗତ ବଣିଅାବସା ଗାଁର ଜଣେ ବ୍ୟକ୍ତିଙ୍କ ବାଡ଼ିରୁ ଉଦ୍ଧାର ହୋଇଛି ୮ ଫୁଟ ଲମ୍ବର ଏକ ଅଜଗର। ଅଜଗରଟି ଗାଁର ଦଶରଥ ହେମ୍ବ୍ରମଙ୍କ ଘର କୁକୁଡ଼ା ଭାଡ଼ିରେ ପଶିବା ସହ ଗୋଟିଏ କୁକୁଡ଼ାକୁ ମଧ୍ୟ ଗିଳିଦେଇଥିଲା।

ଅଜଗରକୁ ଦେଖି ଘର ଲୋକେ ଉଦଳା ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ କର୍ମଚାରୀ ଏବଂ ସ୍ନେକ ହେଲ୍ପ ଲାଇନର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ବନ ବିଭାଗ କର୍ମଚାରୀମାନେ ସାପଟିକୁ ଅକ୍ଷତ ଅବସ୍ଥାରେ ଶିମିଳିପାଳରେ ଛାଡ଼ିଦେଇଛନ୍ତି।

You might also like