ଦିନକରେ ସୁସ୍ଥ ହେଲେ ୮୭୮ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ଦିନକରେ ରାଜ୍ୟରେ ସୁସ୍ଥ ହେଲେ ୮୭୮ କରୋନା ଆକ୍ରାନ୍ତ। ଗଂଜାମରେ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୧୮,୯୩୮କୁ ବୃଦ୍ଧି ପାଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
କେଉଁ ଜିଲ୍ଲାରୁ କେତେ:-
ଗଞ୍ଜାମରୁ ସର୍ବାଧିକ ୩୯୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ୧୧୪, ଗଜପତିରୁ ୪୯, ଜଗତସିଂହପୁରରୁ ୪୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କୋରାପୁଟରୁ ୩୫, ବାଲେଶ୍ୱରରୁ ୩୩, କନ୍ଧମାଳରୁ ୨୯, ଅନୁଗୁଳରୁ ୨୬, କେନ୍ଦୁଝରରୁ ୨୩, ନୟାଗଡ଼ରୁ ୧୬ ସୁସ୍ଥ ହୋଇଛନ୍ତି। କଟକ ଓ ସୁନ୍ଦରଗଡ଼ରୁ ୧୪ ଲେଖାଏଁ, ଭଦ୍ରକରୁ ୧୩ ସୁସ୍ଥ ହୋଇଛନ୍ତି।
Happy to share that a record 878 #COVID19 patients have recovered today and are being discharged.
The total recovered cases of Odisha now stand at 18938.
396 from Ganjam
114 from Khurdha
49 from Gajapati
44 from Jagatsinghpur
35 from Koraput
33 from Balasore— H & FW Dept Odisha (@HFWOdisha) July 29, 2020
ସେହିପରି ମାଲକାନଗିରିରୁ ୧୧, ଯାଜପୁରରୁ ୧୦, କେନ୍ଦ୍ରାପଡ଼ାରୁ ୮, ବରଗଡ଼, ବୌଦ୍ଧ ଓ ଢେଙ୍କାନାଳରୁ ୭ ଲେଖାଏଁ ସୁସ୍ଥ ହୋଇଛନ୍ତି। ଝାରସୁଗୁଡ଼ା-୫, ବଲାଙ୍ଗିର ଓ ପୁରୀରୁ ୪ ଲେଖାଏଁ, ନୂଆପଡ଼ା ଓ ରାୟଗଡ଼ାରୁ ୩ ଲେଖାଏଁ, ମୟୂରଭଞ୍ଜ-୨, ସମ୍ବଲପୁରରୁ ଜଣେ ସୁସ୍ଥ ହୋଇଛନ୍ତି।
ଆଜି ରାଜ୍ୟରେ ୧,୦୬୮ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୧,୦୬୮ ଆକ୍ରାନ୍ତଙ୍କ ମଧ୍ୟରୁ ୬୬୨ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୪୦୬ ରହିଛି। କଟକ ଜିଲ୍ଲାରୁ ୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।