ବେହେରା ସାହି ଅସମ୍ଭାଳ! ଦିନକରେ କଟକ ସହରରେ ୮୭ ଆକ୍ରାନ୍ତ

କଟକ: କଟକ ସହରରେ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ। ଏମାନଙ୍କ ମଧ୍ୟରୁ ୮୭ରୁ ୭୯ କ୍ୱାରେଣ୍ଟିନ, ୮ ଜଣ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି କଟକ ମହାନଗର ନିଗମ (ସିଏମ୍‌ସି)।

କେଉଁ ଅଞ୍ଚଳରୁ କେତେ ଚିହ୍ନଟ:

୮୭ରୁ କେବଳ ମାଲଗୋଦାମ ବେହେରା ସାହିରୁ ୫୭ ଚିହ୍ନଟ ହୋଇଛନ୍ତି। ଗତକାଲି ମାଲଗୋଦାମ ବେହେରା ସାହିରୁ ୨୨ ପଜିଟିଭ ମିଳିଥିଲେ। ଆଜି ମାଛୁଆବଜାରରୁ ଆଉ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୁରୁଣା ରାଉସାପାଟଣାରୁ ମଧ୍ୟ ଆଉ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।


କାଳୀଗଳି, ନୟାସଡ଼କ, ସାଆନ୍ତ ସାହିରୁ ଜଣେ ଜଣେ ଲୋକାଲ କଣ୍ଟାକ୍ଟ ଚିହ୍ନଟ ହୋଇଛନ୍ତି।ଚାଉଳିଆଗଞ୍ଜ, ମହାନଦୀ ବିହାର, ତେଲେଙ୍ଗା ବଜାରରୁ ଜଣେ ଲେଖାଏଁ ଲୋକାଲ କଣ୍ଟାକ୍ଟ ଚିହ୍ନଟ ହୋଇଛନ୍ତି। ଦିୱାନ ବଜାର, ବାଦାମବାଡ଼ିରୁ ମଧ୍ୟ ଜଣେ ଜଣେ ଲୋକାଲ କଣ୍ଟାକ୍ଟ ଚିହ୍ନଟ ହୋଇଛନ୍ତି।

ଓଡ଼ିଶାରେ ଦିନକରେ ୧,୩୮୪ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୧,୩୮୪ ଆକ୍ରାନ୍ତଙ୍କ ମଧ୍ୟରୁ ୮୭୩ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୫୧୧ ରହିଛି। ସେହିପରି ଦିନକରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି।

You might also like