ହିତାଧିକାରୀ ଚୟନରେ ୮୫ ପ୍ରତିଶତ ଦୁର୍ନୀତି !

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେପିର ସାଂଘାତିକ ଅଭିଯୋଗ । ମୋଟ ୧୨ ଲକ୍ଷ ୭୫ ହଜାର ହିତାଧିକାରଙ୍କ ମଧ୍ୟରୁ ୧୦ ଲକ୍ଷ ଅଯୋଗ୍ୟ ବୋଲି ଦଳ ଅଭିଯୋଗ କରିଛି । ଅର୍ଥାତ ହିତାଧିକାରୀ ଚୟନରେ ୮୫ ପ୍ରତିଶତ ଦୁର୍ନୀତି ହୋଇଛି। ଏକ ସାମ୍ବାଦିକ ସମ୍ମିଳନୀ କରି ଏମିତି ଅଭିଯୋଗ କରିଛନ୍ତି ଗୋଲକ ମହାପାତ୍ର ଓ ସାରଦା ମହାପାତ୍ର ।

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଦାଉଦପୁରରେ ଯେତେ ଲୋକ ଅଛନ୍ତି, ତାଠାରୁ ଅଧିକ ଘର ବଣ୍ଟନ କରାଯାଇଛି।  ତଥାପି ଆହୁରି ଘର ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ସରକାର । ସେହିପରି ଜମରା ପଞ୍ଚାୟତରେ ୨୨୬ ଜଣ ଘର ପାଇବାକୁ ଘୋଷଣା ହୋଇଛି। ଏମାନଙ୍କ ଭିତରୁ ୧୬୬ ଜଣ ଅଯୋଗ୍ୟ ହିତାଧିକାରୀ ଅର୍ଥାତ ଥିଲାବାଲା ଲୋକ ।

ତଥାପି ସେମାନଙ୍କୁ ଘର ଦେବାକୁ ସରକାର ଯୋଜନା କରୁଛନ୍ତି । ମାହାଙ୍ଗା ମଉଦାରେ ୨୦୧୮-୧୯ରେ ଯେଉଁ ବ୍ୟକ୍ତିମାନେ ଅଯୋଗ୍ୟ ହିତାଧିକାରୀ ଥିଲେ ସେମାନଙ୍କୁ ପୁଣି ଏବେ ଘର ପାଇବାକୁ ଯୋଗ୍ୟ ବ୍ୟକ୍ତି ବୋଲି ଦର୍ଶାଯାଇଛି ବୋଲି ବିଜେପି ଅଭିଯୋଗ କରିଛି।
ତେବେ ବିଜେପିର ଏହି ଅଭିଯୋଗ ପରେ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

You might also like