ସୁସ୍ଥ ହେଲେ ଆଉ ୮୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନାରୁ ଆଉ ୮୪ ଜଣ ସୁସ୍ଥ ହେଲେ। ସେଥିରୁ ଗଞ୍ଜାମରୁ ୨୪, ଯାଜପୁରରୁ ୧୮, ବାଲେଶ୍ୱରରୁ ୧୧, କଟକରୁ ୭, ଭଦ୍ରକରୁ ୬, କେନ୍ଦ୍ରାପଡ଼ାରୁ ୫, ଖୋର୍ଦ୍ଧା ଓ ପୁରୀରୁ ୪ ଜଣ ଲେଖାଏଁ; ନୟାଗଡ଼, ମୟୂରଭଞ୍ଜ ଓ ସମ୍ୱଲପୁରରୁ ଜଣେ ଲେଖାଏଁ ଅଛନ୍ତି।

ଏହାସହ ଏପର୍ଯ୍ୟନ୍ତ ଗଂଜାମରେ ଆରୋଗ୍ୟ ସଂଖ୍ୟା ୨୭୨, ଯାଜପୁରରେ ୧୨୧, ବାଲେଶ୍ୱରରେ ୧୦୨, କଟକରେ ୧୦, ଭଦ୍ରକ ୪୬, କେନ୍ଦ୍ରପଡାରେ ୨୭, ଖୋର୍ଦ୍ଧା ୫୫, ପୁରୀରେ ୧୮ରେ ପହଞ୍ଚିଛି।

ଆଜି ରାଜ୍ୟରେ ଆଉ ୭୯ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏଥିସହିତ ସୋନପୁରକୁ ପଶିଛି କରୋନା। ରାୟଗଡ଼ାକୁ ଛାଡ଼ି ଆଜି ସମସ୍ତ ୨୯ ଜିଲ୍ଲାକୁ ବ୍ୟାପିଲା କରୋନା। ସୋନପୁର ଜିଲ୍ଲାରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛି।

କଟକର ସର୍ବାଧିକ ୧୬ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହିତ ବଲାଙ୍ଗୀରରୁ ୧୪, କେନ୍ଦୁଝରରେ ୮, କନ୍ଧମାଳରେ ୭, ଗଞ୍ଜାମରେ ୫, କେନ୍ଦ୍ରାପଡାରୁ ୬, ନୟାଗଡ ଓ ଢେଙ୍କାନାଳରୁ ୩ ଜଣ ଲେଖାଏ, ବାଲେଶ୍ୱର, ଖୋର୍ଦ୍ଧାରୁ ପୁରୀରୁ ୪ ଜଣ ଲେଖାଏ,  ଯାଜପୁରରୁ ୨, ଅନୁଗୁଳ, ଝାରସୁଗୁଡା, ସୋନପୁରରୁ ଜଣେ ଲେଖାଏ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭ ଛୁଇଁଛି । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ସମୁଦାୟ ୧୫୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୭୩୩ ଜଣ ସୁସ୍ଥ ହୋଇଛନ୍ତି। ୭ ଜଣଙ୍କର ମୃତ୍ୟୁ ଘଟିଛି।

You might also like