କରୋନା ଲଢେଇରେ ଜିତିଲେ ୮୧ ବର୍ଷର ବୃଦ୍ଧ

ଫୁଲବାଣୀ: କରୋନାକୁ ଜିତିଲେ ୮୧ ବର୍ଷର ବୃଦ୍ଧ। କରୋନା ଭୂତାଣୁ ସଂକ୍ରମିତ ହୋଇ ବି ଶେଷରେ ରୋଗକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି କନ୍ଧମାଳ ରାଇକିଆର ଗୋପୀନାଥ ଡାକୁଆ। ଗୋପୀନାଥଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପରେ ତାଙ୍କ ପରୀକ୍ଷାରୁ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ।

ଗତ ଜୁନ ୨୮ରେ ପ୍ରଥମେ ଟିଏମସି, ପରେ ରାଇକିଆ KMRS ହସ୍ପିଟାଲ ଓ ତାପରେ ଫୁଲବାଣୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଜୁନ୍ ୮ ବେଳକୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ସହ ଆଜି ତାଙ୍କୁ ମେଡିକାଲରୁ ଡିସ୍‌ଚାର୍ଜ କରାଯାଇଛି।

କୋଭିଡ୍ ହସ୍ପିଟାଲରେ ତାଙ୍କ ସେବା ଯତ୍ନକୁ ନେଇ ଗୋପୀନାଥ କୃତଜ୍ଞତା ଜଣାଇଥିବା ବେଳେ ସେପଟେ ୮୧ ବର୍ଷର ବୃଦ୍ଧ ମହାମାରୀରୁ ସୁସ୍ଥ ହେବା ଖବର ଅନେକଙ୍କ ପାଇଁ ଆଶ୍ୱସ୍ତି ଆଣିଛି।

ପ୍ରକାଶଥାଉକି, କନ୍ଧମାଳ ଜିଲ୍ଲାରେ ୧୯୯ ଜଣ ସଂକ୍ରମିତ ହୋଇଥିବା ବେଳେ ୧୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ମାତ୍ର ୧୦ଟି ଆକ୍ଟିଭ କେଶ ରହିଛି।

You might also like