କାଲି ସନ୍ଧ୍ୟାରୁ ଭଦ୍ରକ-ବିଜୟନଗରମ୍ ମଧ୍ୟରେ ୮୧ଟି ଟ୍ରେନ୍ ବାତିଲ

ଭୁବନେଶ୍ୱର: ବାତ୍ୟା ଫୋନିକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ। ଆସନ୍ତାକାଲି ସନ୍ଧ୍ୟାରୁ ଭଦ୍ରକ ଓ ବିଜୟନଗରମ୍ ମଧ୍ୟରେ ୮୧ଟି ଟ୍ରେନ୍ ବାତିଲ୍ କଲା ପୂର୍ବତଟ ରେଳପଥ। ଏହା ସହ ଦୁଇଟି ଟ୍ରେନ୍‌ର ଗତିପଥ ବଦଳାଇ ଦିଆଯାଇଛି।

ଗତିପଥ ବଦଳି ଥିବା ଦୁଇଟି ଟ୍ରେନ୍ ହେଉଛି ବେଙ୍ଗାଳୁରୁ କ୍ୟାଣ୍ଟ-ଗୁଆହାଟି ଏକ୍ସପ୍ରେସ୍‌ ଏବଂ ବିଶାଖାପାଟଣାରୁ ଅମ୍ରିତସର ଯାଉଥିବା ହୀରାକୁଦ ଏକ୍ସପ୍ରେସ୍‌। ସେହିଭଳି ଭୁବନେଶ୍ୱରରୁ ପୁରୀ ପାଇଁ ଗତକାଲି ସଂଧ୍ୟାରେ ଟ୍ରେନ ଚଳାଚଳ କରିବ ନାହିଁ। ହାୱଡ଼ାରୁ ଚେନ୍ନାଇ ପାଇଁ କରମଣ୍ଡଳ ଏକ୍ସପ୍ରେସ୍‌କୁ ବାତିଲ କରାଯାଇଛି।

ପୁରୀରୁ ହାୱଡ଼ାକୁ ଯିବାକୁ ଥିବା ଟ୍ରେନ୍ ଚଳାଚଳକୁ ବି ବାତିଲ କରାଯାଇଛି। ତିନି ତାରିଖ ଦିନ ପୁରୀ, ଭୁବନେଶ୍ୱରରୁ ଯାଉଥିବା ସମସ୍ତ ଟ୍ରେନ୍ ଓ ପୁରୀ ଭୁବନେଶ୍ୱରକୁ ଆସୁଥିବା ସମସ୍ତ ଟ୍ରେନ୍‌କୁ ବାତିଲ କରାଯାଇଛି। ରେଳ ବିଭାଗ ପକ୍ଷରୁ ସୂଚନା ପରେ ଯାତ୍ରୀମାନେ ସେମାନଙ୍କ ଯାତ୍ରା ନେଇ ଯୋଜନା କରିବାକୁ ପୂର୍ବତଟ ରେଲୱେ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ

ପ୍ରାଣୀ ଉଦ୍ୟାନ ଓ ଡିୟର୍ ପାର୍କ ଖୋଲିବାର ଗାଇଡ୍ ଲାଇନ ଜାରି କଲେ ରାଜ୍ୟ ସରକାର

ଅକ୍ଟୋବରରୁ ୫୦% କର୍ମଚାରୀରେ ଚାଲିବ ଅଫିସ

ଉପନିର୍ବାଚନ ପାଇଁ ସରକାରଙ୍କ ତତ୍ପରତା; ଭୋଟର୍‌ଙ୍କୁ ଟାଣିବାକୁ ପ୍ରତିଶ୍ରୁତି ପର୍ବ ଆରମ୍ଭ

ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ; ତଦନ୍ତରେ ଶିଥିଳତାକୁ ନେଇ ଅସନ୍ତୋଷ ହାଇକୋର୍ଟ

ବିରୋଧୀଙ୍କ ବିରୋଧ ସତ୍ତ୍ୱେ ଓଡ଼ିଶା ସଂକ୍ରାମକ ରୋଗ ସଂଶୋଧନ ବିଲ୍ ପାରିତ

ଦିନକରେ ୪୨୧୯ କରୋନା ଆକ୍ରାନ୍ତ ସୁସ୍ଥ

ଅନୁସୂଚିତ ଜାତିଙ୍କ ଜମି ହଡ଼ପ ଅଭିଯୋଗ ଆଣିଲେ ପ୍ରଦୀପ ମାଝୀ

ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ବିରୋଧରେ ABVP ଛାତ୍ରଙ୍କ ବିକ୍ଷୋଭ

ଭୁବନେଶ୍ୱରର ଏହି ସ୍ଥାନରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ

କୋଭିଡ-୧୯ ପରିଚାଳନା ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍

ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା କେତେ ହେବ ? ଶୁଣାଣି ୯କୁ ଘୁଞ୍ଚିଲା

ଲଘୁଚାପ ସମ୍ଭାବନା; ଏହି ସବୁ ଜିଲ୍ଲା ପାଇଁ ରହିଛି ସତର୍କ ସୂଚନା

You might also like