ରାଜ୍ୟର ମୋଟ ସୁସ୍ଥ ସଂଖ୍ୟା ୩୧୦୫୪୯କୁ ବୃଦ୍ଧି

ଭୁବନେଶ୍ୱର:୨୪ ଘଣ୍ଟାରେ ରାଜ୍ୟରେ ୮୦୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୩୧୦୫୪୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୦୪ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୮୦, କଟକ ୭୦, ମୟୂରଭଞ୍ଜ ୫୬,ଜଗତସିଂହପୁର ୫୧, ନୂଆପଡ଼ା ୪୯, ଅନଗୁଳ ୪୩, କେନ୍ଦ୍ରାପଡ଼ା ୩୨, ବଲଙ୍ଗିର ୨୯, ପୁରୀ ୨୭, କୋରାପୁଟରୁ ୨୬ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ଯାଜପୁର ୨୫, କେଉଁଝର ୨୨, ବରଗଡ଼ ୨୧, ଭଦ୍ରକ ଓ କଳାହାଣ୍ଡିରୁ ୨୦ ଜଣ ଲେଖାଏ, ସମ୍ବଲପୁର ୧୯, ବାଲେଶ୍ୱର ୧୫, ଝାରସୁଗୁଡ଼ା ଓ ମାଲକାନଗିରିରୁ ୧୧ ଜଣ ଲେଖାଏ, ଗଞ୍ଜାମ ଓ ନବରଙ୍ଗପୁରରୁ ୧୦ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଢେଙ୍କାନାଳରୁ ୮, ନୟାଗଡ଼ରୁ ୭, କନ୍ଧମାଳ ୬, ରାୟଗଡ଼ା ୩, ଦେଓଗଡ଼ ଓ ଗଜପତିରୁ ୨ ଲେଖାଏ ସୁସ୍ଥ ହୋଇଛନ୍ତି। ଷ୍ଟେଟ୍‌ପୁଲରୁ ଦିନକରେ ୨୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରିଛି।

You might also like