• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଥିବା ୫୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତ ଲକ୍ଷଣହୀନ। କରୋନାର କୌଣସି ଲକ୍ଷଣ ନଥିଲେ ବି ଟେଷ୍ଟ ପରେ ପଜିଟିଭ ଚିହ୍ନଟ ହୋଇଥିବା କହିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ର ରାଜ୍ୟ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ। ବିନା ଲକ୍ଷଣରେ ମଧ୍ୟ ଶରୀରରେ କରୋନା ଥିବା ସନ୍ଦେହ କରାଯାଉଥିବାରୁ ଏବେ ବିଭିନ୍ନ ପଞ୍ଚାୟତରେ ଶିବିର କରାଯାଇ ନମୁନା ନିଆଯାଉଥିବା ସେ ସୂଚନା ଦେଇଛନ୍ତି।

ଏବେ ଦୈନିକ ୩ ଶହରୁ ୪ଶହ ଟେଷ୍ଟ କରାଯାଉଛି ଏବଂ ଆଗାମୀ ୧୦ ଦିନରେ ଏହା ୩ ଗୁଣ ବଢ଼ିବ। ଯେତେ ଅଧିକ ଟେଷ୍ଟ ହେବ, ସେତେ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇପାରିବେ। କରୋନା ଆକ୍ରାନ୍ତମାନେ ତୁରନ୍ତ ଚିହ୍ନଟ ହେଲେ ହିଁ ଆମେ କରୋନାକୁ ଶୀଘ୍ର କାବୁ କରିପାରିବା ବୋଲି ଏନଏଚଏମ୍ ନିର୍ଦ୍ଦେଶିକା କହିଛନ୍ତି।

ଆମ ରାଜ୍ୟରେ ମଣିଷ ସମାଜ ପ୍ରତି ବିପଦ ସାଜିଥିବା କରୋନା ବିରୋଧରେ ଲଢେଇ କରି ଏହା କବଳରୁ ମୁକୁଳିଛନ୍ତି ଓଡ଼ିଶାର ୧୨ ଆକ୍ରାନ୍ତ। ରାଜ୍ୟରେ ଆଜି ସୁଦ୍ଧା ୫୦ଜଣ  କୋଭିଡ୍‌ ଶୀକାର ହୋଇଛନ୍ତି।

ହେଲେ ଆଶ୍ୱସନାର ବିଷୟ, କେବଳ ଜଣେ ବ୍ୟକ୍ତିଙ୍କ ଜୀବନହାନୀ ଘଟିଥିବା ବେଳେ ଆଉ ୧୨ ଜଣ ଆରୋଗ୍ୟ ଲାଭ କରିଛନ୍ତି। କେବଳ ୨ ଜଣଙ୍କୁ ହସ୍ପିଟାଲ୍ ଚିକିତ୍ସାର ଆବଶ୍ୟକତା ରହିଥିବାବେଳେ ଅନ୍ୟ ୩୫ ଜଣଙ୍କ ଅବସ୍ଥା ବି ବେଶ୍ ଭଲ ରହିଛି ବୋଲି ସେ କହିଛନ୍ତି।

80-percentage-corona-positive-have-no-symptom
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories