ଇଂରାଜୀ ଭାଷାରେ ରାମାୟଣ ଲେଖି ଇଣ୍ଡିଆ ବୁକ ଅଫ ରେକର୍ଡସ୍ରେ ସ୍ଥାନ ପାଇଲେ ୮ ବର୍ଷର ଓଡ଼ିଆ ଝିଅ
ବ୍ରହ୍ମପୁର: ଛୋଟ ବୟସରେ ବଡ଼ କାମ। ରାମାୟଣ ଲେଖି ଇଣ୍ଡିଆ ବୁକ ଅଫ ରେକର୍ଡସ୍ରେ ସ୍ଥାନ ପାଇଲେ ବ୍ରହ୍ମପୁରର ଆଠ ବର୍ଷିୟ କୁନି ଝିଅ ଈଶିତା ଆଚାରୀ। ଇଂରାଜୀ ଭାଷାରେ ୫୭ ପୃଷ୍ଠାର ରାମାୟଣ ଲେଖି ସେ ବଡ଼ ସଫଳତା ହାସଲ କରିଛନ୍ତି। ସମ୍ପୂର୍ଣ୍ଣ ବହିକୁ ଲେଖିବାକୁ ତାଙ୍କୁ ୨୨ ଦିନ ସମୟ ଲାଗିଥିଲା।
ଲକ୍ଡାଉନ୍ରେ ରାମାୟଣ ସିରିଏଲ୍ ଦେଖି ସେ ରାମାୟଣ ଲେଖିଥିବା କହିଛନ୍ତି। ଆଠ ବର୍ଷିୟ କୁନି ଝିଅ ଈଶିତା ଆଚାରୀ ଏବେ ଚେନ୍ନାଇର NSN ମେମୋରିଆଲ ସ୍କୁଲରେ ଷ୍ଟାଣ୍ଡାର୍ଡ ଥ୍ରୀରେ ପାଠ ପଢୁଛନ୍ତି। ପାଠପଢ଼ା ସହ ଚିତ୍ର ଅଙ୍କିବା ଏବଂ କାହାଣୀ ଲେଖିବା ଭଳି ଅନେକ ପ୍ରତିଭାଅଧିକାରୀ ହେଉଛନ୍ତି ଈଶିତା। ଝିଅର ଏହି ସଫଳତା ପାଇଁ ଈଶିତାର ବାପା ସଞ୍ଜିତ ଆଚାରୀ ଓ ମାଆ ରଶ୍ମିତା ଆଚାରୀ ବେଶ୍ ଖୁସୀ ଓ ଗର୍ବ ଅନୁଭବ କରୁଥିବା କହିଛନ୍ତି।