ଓଡ଼ିଶାରେ କରୋନା ନେଲା ଆଉ ୮ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୮ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ଦିଆଯାଇଛି।

ଗଞ୍ଜାମରୁ ୩, କଟକରୁ ୨, ବାଲେଶ୍ୱର, ଭୁବନେଶ୍ୱର ଓ କନ୍ଧମାଳରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୫୨୨ ହୋଇଛି।

ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୬୩୧ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।

ପଢ଼ନ୍ତୁ: ୨୪ ଘଣ୍ଟାରେ ଓଡ଼ିଶାରେ ୩,୬୩୧ କରୋନା ଆକ୍ରାନ୍ତ ଚିହ୍ନଟ

You might also like