• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ବାରିପଦା: କରୋନା ଆଜି ମଣିଷକୁ ଯେମିତି ନୂଆ ଶିକ୍ଷା ଦେଇଛି। ନୂଆ ରାସ୍ତା ଦେଖାଇଛି। କର୍ତ୍ତବ୍ୟ କ’ଣ ଶିଖାଇଛି। ନିଜର ସୁଖ,ସ୍ୱାଚ୍ଛନ୍ଦ୍ୟ ଠାରୁ ଅନ୍ୟର ଅସୁବିଧା ବଡ଼।

ପୂର୍ବରୁ ଦେଖିଥିଲୁ ଜଣେ ମହିଳା ଆଇଏଏସ ଅଫିସର ନିଜର ମାସକର ଶିଶୁସନ୍ତାନକୁ ଧରି ଅଫିସ ଆସିଥିଲେ। ସେହିପରି ମାଲକାନାଗିରି ଉପାନ୍ତ ଅଞ୍ଚଳର ଜଣେ ଅଙ୍ଗନୱାଡି କର୍ମୀ ଲକ୍ଷ୍ମୀବାଇ ନିଜର ୪ମାସର ଛୋଟ ଶିଶୁକୁ ନେଇ ନିଜର ଦାୟିତ୍ୱ ସମ୍ପାଦନ କରୁଥିଲେ। ଏପରିକି ଦୁଇଜଣ ମହିଳା ପୋଲିସ କରୋନା ମୁକାବିଲାରେ ନିଜ କର୍ତ୍ତବ୍ୟର ଗୁରୁତ୍ୱକୁ ବୁଝି ବାହାଘର ତାରିଖ ଘୁଞ୍ଚାଇ ଦେଇଥିଲେ। 

ଏବେ ଓଡ଼ିଶା ପୋଲିସର କର୍ତ୍ତବ୍ୟ ପରାୟଣତାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ। ବେତନଟୀ ପୋଲିସ ଷ୍ଟେଶନ SI ମମତା ମିଶ୍ର ନିଜକୁ କରୋନା ଯୁଦ୍ଧରେ ସାମିଲ କରାଇଛନ୍ତି। ଏପରିକି ସେ ୮ ମାସର ଗର୍ଭବତୀ ଥିଲେ ମଧ୍ୟ ବିଶ୍ରାମ ନ ନେଇ କର୍ତ୍ତବ୍ୟ କରୁଛନ୍ତି। ନା ସେ ହାର ମାନିଛନ୍ତି...ନା ପଛ ଘୁଞ୍ଚା ଦେଇଛନ୍ତି।

ଏହି ଘଟଣାକୁ ଏବେ ଭୂରିଭୂରି ପ୍ରଂଶସା କରିଛନ୍ତି ରାଜ୍ୟ ଡିଜିପି ଅଭୟ। ମୟୁରଭଞ୍ଜ ଗସ୍ତ ବେଳେ ମମତାଙ୍କୁ ଦେଖିବାକୁ ପାଇଥିଲେ ଡିଜି । ତାଙ୍କ ଅଦମ୍ୟ ସାହାସ ଓ କର୍ତ୍ତବ୍ୟ ପରାୟଣତାକୁ ପ୍ରଶଂସା କରିଛନ୍ତି॥  ତେବେ ତାଙ୍କ  ସ୍ୱାସ୍ଥ୍ୟବସ୍ଥା ଦେଖି ତାଙ୍କୁ ଚେକ୍ ପୋଷ୍ଟ କିମ୍ବା ରାସ୍ତାରେ ମୁତୟନ ନକରି ପୋଲିସ୍ ଷ୍ଟେସନରେ ଡ୍ୟୁଟି ଦେବାକୁ ଡିଜି ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି।

 

8-month-pregnant-woman-is-in-her-duty-11
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories