କେନ୍ଦୁଝର : ବେଆଇନ ଖଣି ଖନନ ମାମଲା। କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟରେ ହାଜର ହୋଇଛନ୍ତି ୮ ଖଣି ଲିଜ୍ଧାରୀ। କୋର୍ଟରେ ହାଜର ହେବାକୁ ୯ ଜଣ ଖଣି ମାଲିକଙ୍କୁ ନୋଟିସ୍ ହୋଇଥିବା ବେଳେ ଖଣି ଲିଜ୍ଧାରୀ ଅର୍ଜୁନ ଲୋଧା ଅନୁପସ୍ଥିତ ଥିଲେ।
ସମସ୍ତ ଲିଜ୍ଧାରୀ ୭ ଦିନ ମଧ୍ୟରେ ଜରିମାନା ଦାଖଲ ନକଲେ ୧୨ ପ୍ରତିଶତ ସୁଧ ଲାଗୁ ହେବା ଏବଂ ପରେ ଲିଜ୍ଧାରୀଙ୍କ ସମ୍ପତ୍ତି ଜବତ କରିବା ସହ ସେମାନଙ୍କ ବିରୋଧରେ ୱାରେଣ୍ଟ ଜାରି ହେବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଆସନ୍ତା ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜରିମାନା ଦେଇନଥିବା ୩୧ଟି ଖଣିର ୨୩ ଜଣ ମାଲିକଙ୍କୁ ୬ହଜାର ୩୫୦ କୋଟି ଟଙ୍କା ଜରିମାନା ଦାଖଲ ପାଇଁ ନୋଟିସ୍ ହୋଇଥିଲା।
https://youtu.be/HkvMfbhyzWg