ଗ୍ୟାସ୍‌ ସିଲିଣ୍ଡରରେ ନିଆଁ ଲାଗି ଜଳିଗଲା ଘର; ଅଳ୍ପକେ ବର୍ତ୍ତିଲେ ପରିବାରର ସଦସ୍ୟ

କଳହାଣ୍ଡି: ଗ୍ୟାସ୍‌ ସିଲିଣ୍ଡରରେ ନିଆଁ ଲାଗି ଜଳିଗଲା ଘର। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଡହଗାଁରେ ଏହି ଅଘଟଣ ଘଟିଛି।

ସୂଚନା ଅନୁସାରେ, ଡହଗାଁର ମହେଶ୍ୱର ଭରତିଆଙ୍କ ପରିବାରର ସଦସ୍ୟ ରୋଷେଇ କରିବା ପାଇଁ ଗ୍ୟାସ୍‌ ଅନ୍‌ କରି ଦିଆସିଲି ମାରିଥିଲେ। ଏହି ସମୟରେ ଦିଆସିଲିର ନିଆଁ ଗ୍ୟାସ୍‌ ସିଲିଣ୍ଡରରେ ଲାଗି ଯାଇଥିଲା। ଫଳରେ ନିଆଁ ଲାଗି ଘର ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହେବାସହ ଘରେ ଥିବା ସମସ୍ତ ସାମଗ୍ରୀ ମଧ୍ୟ ନଷ୍ଟ ହୋଇଯାଇଛି।

ତେବେ ନିଆଁ ଲାଗିବା ସମୟରେ ପରିବାରର ୮ଜଣ ସଦସ୍ୟ ବାହାରକୁ ତତ୍‌କ୍ଷଣାତ ଚାଲି ଆସିବାରୁ ଏକ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

You might also like