ବିଲରୁ ଧରିଲେ ୮ ଫୁଟିଆ ଅଜଗର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ନିମାତପୁରରୁ ୮ ଫୁଟ ଲମ୍ବର ଏକ ଅଜଗର ସାପକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ। ଏହାର ଓଜନ ୧୨ କିଲୋଗ୍ରାମରୁ ଅଧିକ ହେବ।

ବେଲଗାଁ ଗ୍ରାମର କିଛି ଲୋକେ ଆଜି ସକାଳୁ ବିଲକୁ କାମ କରିବା ପାଇଁ ଯାଇଥିବା ସମୟରେ ଏହି ଅଜଗର ସାପକୁ ଦେଖିଥିଲେ। ଅଜଗରକୁ ଉଦ୍ଧାର କରି ଏକ ତାର ଜାଲି ଭିତରେ ରଖି ଜଳେଶ୍ୱରର ରେଞ୍ଜରଙ୍କୁ ଗ୍ରାମବାସୀ ଖବର ଦେଇଥିଲେ।

ଖବର ପାଇବାପରେ ଜଳେଶ୍ୱର ବନଖଣ୍ଡ ଅଧିକାରୀ ସାପଟିକୁ ନେଇ ନିକଟସ୍ଥ ଜଙ୍ଗଲରେ ଛାଡ଼ିଛନ୍ତି।

You might also like