ଆଶ୍ରମ ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ଅଭିଯୋଗ

ଫୁଲବାଣୀ( ତ୍ରିନାଥ ସାହୁ) : ପୁଣି କନ୍ଧମାଳରେ ଲଜ୍ଜା। ଆଶ୍ରମ ସ୍କୁଲରେ ଛାତ୍ରୀ ଗର୍ଭବତୀ ଘଟଣା ପୁଣି ସାମ୍ନାକୁ ଆସିଛି। ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ପରେ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି।

ପୋକ୍ସୋ ଧାରାରେ ମାମଲା ରୁଜୁ କରି ଜଣକୁ ଗିରଫ କରିଛି ପୁଲିସ। ସ୍ଥାନୀୟ କଲେଜର ଜଣେ ଛାତ୍ର ଏହି ଘଟଣାର ଅଭିଯୁକ୍ତ ବୋଲି ଜଣାପଡିଛି।

ସେପଟେ କୋର୍ଟରେ ଛାତ୍ରୀଙ୍କ ବୟାନ ରେକର୍ଡ ହୋଇଛି। ଛାତ୍ରୀ ଜଣକ ଏବେ ୪ ମାସର ଗର୍ଭବତୀ ଥିବାରୁ ତାଙ୍କୁ CWCକୁ ହସ୍ତାନ୍ତର କରାଯାଇଛି। ଆଶ୍ରମ ସ୍କୁଲର ଛାତ୍ରୀଙ୍କ ସହ ଏତେ ବଡ଼ ଘଟଣା କିପରି ଘଟିଲା ସେ ନେଇ ପ୍ରଶ୍ନ ଉଠୁଛି।

ଗତ କିଛି ଦିନ ତଳେ ଆଶ୍ରମ ସ୍କୁଲର ଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା। ଏହି ସମୟରେ ଛାତ୍ରୀ ଜଣକ ଗର୍ଭବତୀ ଥିବା ଖବର ଜଣାପଡ଼ିଥିଲା। ଏହାପରେ ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ପକ୍ଷରୁ ଥାନାରେ ମାମଲା ରୁଜୁ ପରେ ପୁରା ଘଟଣା ଜଣାପଡ଼ିଥିଲା।

You might also like