ପୋଲିସ୍‌କୁ ମାଡ଼ ମାରିବା ମହଙ୍ଗା ପଡିଲା

ଯାଜପୁର: ଯାଜପୁର କୁଆଖିଆ ଗୋପୀନାଥପୁର ଗାଁରେ ବିଡିଓ ଏବଂ ତହସିଲଦାରଙ୍କୁ ମାଡ଼ ମାମଲା। ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ରହିଛି ନିଜାମୁଦ୍ଦିନ୍ ଲିଙ୍କ୍। ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏନେଇ ସୂଚନା ଦେଇଛନ୍ତି। ଏହି ମାମଲାରେ ୫ ଜଣଙ୍କୁ ଗିରଫ କରିଛି କୁଆଖିଆ ଥାନା ପୋଲିସ୍।

ଗତକାଲି ଜଣେ ନିଜାମୁଦ୍ଦିନ୍ ଫେରନ୍ତାଙ୍କୁ ନେଇ ଏହି ଦୁଇ ଜଣ ବାଇକରେ ଯାଉଥିବା ବେଳେ ଯାଞ୍ଚ ଦାୟିତ୍ୱରେ ଥିବା ବିଡିଓ ଏବଂ ତହସିଲଦାର ଅଟକାଇଥିଲେ।

ମାସ୍କ ପିନ୍ଧିନଥିବାରୁ ଯୁକ୍ତିତର୍କ କରିବା ସହ ଉଭୟ ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ ଏହି ଯୁବକମାନେ। ପରେ ଅଭିଯୁକ୍ତଙ୍କୁ ପଚରାଉଚରା କରିଥିଲା ଜିଲ୍ଲା ପ୍ରଶାସନ। ଏସପି ଗାଁରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିବାବେଳେ କିଛି ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି।

You might also like