କଟକ ସହରରୁ ୭୯ କରୋନା ଆକ୍ରାନ୍ତ ଚିହ୍ନଟ
କଟକ: କଟକ ସହରରୁ ଆଉ ୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଣ୍ଟେନମେଣ୍ଟ ଜୋନ୍ରୁ ୩୧, କ୍ୱାରେଣ୍ଟିନ୍ କେନ୍ଦ୍ରରୁ ୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହୋମ୍ କ୍ୱାରେଣ୍ଟିନରୁ ୧୩ ଓ ଲୋକାଲ୍ କେସ୍ ୨୩ ଚିହ୍ନଟ ହୋଇଛନ୍ତି।
କେଉଁ ଅଞ୍ଚଳରୁ କେତେ:-
ଚାଉଳିଆଗଞ୍ଜ ନୂଆ ନିମ୍ବସାହିରୁ ୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ୧୫ ପୁରୁଷ ଓ ୧୬ ମହିଳା। ପିଲିଗ୍ରିମ ରୋଡରୁ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
#COVID19 update in Cuttack city (CMC area)
Out of the 117 new COVID-19 +ve cases reported today in #Cuttack district, 79 +ve cases belong to Cuttack city (CMC area).
Another 109 recoveries (17th August data) have been reported recently! KUDOS to all doctors & healthcare staff. pic.twitter.com/UsOIvOVhvk
— CMC,Cuttack (@CMCCuttack) August 18, 2020
ଏଯାବତ୍ କଟକ ସହରରେ ସଂକ୍ରମିତଙ୍କ ସଂଖ୍ୟା ୨୫୧୬ରେ ପହଞ୍ଚିଛି। ୧୫୮୨ ଜଣ ସୁସ୍ଥ ହୋଇ ଘରକୁ ପେରିଛନ୍ତି। ୧୩ ଜଣଙ୍କ ମୃତ୍ୟୁ ହୋଇଛି।