• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ପୁଣି ବାହାର ରାଜ୍ୟରୁ ଉଦ୍ଧାର ହେଲେ ଓଡ଼ିଆ ଦାଦନ ଶ୍ରମିକ। ତେଲେଙ୍ଗାନାର ଏକ ଇଟା ଭାଟିରେ ଶ୍ରମିକମାନେ କାମ କରୁଥିବା ବେଳେ ଉଦ୍ଧାର ହୋଇଛନ୍ତି। ଜଣେ କି ଦୁଇ ଜଣ ନୁହେଁ ଏକାଥରକେ ୭୯ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ଉଦ୍ଧାର କରିଛନ୍ତି ଜଣେ ସାମାଜିକ କର୍ମୀ। ଶ୍ରମିକମାନଙ୍କୁ ଇଟା ଭାଟିରେ ବିଭିନ୍ନ ନିର୍ଯାତନା ଦିଆଯାଉଥିଲା। ଏହି ଖବର ସାମାଜିକ କର୍ମୀଙ୍କ ପାଖରେ ପହଞ୍ଚିବା ପରେ ସେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ।

ତେବେ ଉଦ୍ଧାର ଶ୍ରମିକମାନେ ସମସ୍ତେ ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାର ବୋଲି ଜଣାପଡ଼ିଛି। ସେମାନେ କାମ କରିବାକୁ ତେଲେଙ୍ଗାନା ଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ଅଧିକାଂଶ ଜ୍ୱର ଓ ଥଣ୍ଡାରେ ପୀଡ଼ିତ ହୋଇଥିଲେ। କିନ୍ତୁ ଇଟାଭାଟି ମାଲିକ ସେମାନଙ୍କୁ ମେଡିକାଲରେ ଭର୍ତ୍ତି ନ କରାଇ ଓଲଟି ଅଧିକ କାମ ପାଇଁ ନିର୍ଯାତନା ଦେଉଥିଲା। ଏନେଇ ଶ୍ରମିକମାନେ ଅଭିଯୋଗ କରିଛନ୍ତି।

ପ୍ରଥମେ ଶ୍ରିମକମାନେ ସାମାଜିକ କର୍ମୀ ରଂଜିତା ପ୍ରିୟଦର୍ଶିନୀଙ୍କ ପାଖକୁ ଫୋନ କରି ଏ ସଂପର୍କରେ ଜଣାଇଥିଲେ। ଏହାପରେ କିଛି ଶ୍ରମିକଙ୍କ ସହ ମିଶି ରଞ୍ଜିତା, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ, ସାଙ୍ଗାରେଡି ଜିଲ୍ଲାର ଜିଲ୍ଲାପାଳ, ଓଡ଼ିଶାର ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାର ଜିଲ୍ଲାପାଳଙ୍କୁ ଇ-ମେଲ୍ ଯୋଗେ ସୂଚନା ଦେଇଥିଲେ।

ଏହାପରେ ପ୍ରାଶାସନିକ ଅଧିକାରୀଙ୍କ ହସ୍ତକ୍ଷେପ ପରେ ସାମାଜିକ ଶ୍ରମିକଙ୍କୁ ଉଦ୍ଧାର କରିଛି ତେଲେଙ୍ଗାନା ପୋଲିସ। ଏବେ ସମସ୍ତ ଶ୍ରମିକ ଏକ ବସ୍ ଯୋଗେ ନୂଆପଡ଼ା ଓ ବଲାଙ୍ଗିର ଆସୁଛନ୍ତି। ଉଦ୍ଧାର ହୋଇଥିବା ଶ୍ରମିକଙ୍କ ମଧ୍ୟରେ ୨୧ ଜଣ ଶିଶୁ ରହିିଥିବାବେଳେ ୪ ଜଣ ଗର୍ଭବତୀ ମଧ୍ୟ ରହିଥିବା ଜଣାପଡ଼ିଛି।

ତେବେ ବାରମ୍ବାର ଏଭଳି ବିଭିନ୍ନ ରାଜ୍ୟରୁ ଓଡ଼ିଆ ଶ୍ରମିକଙ୍କୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଉଦ୍ଧାର କରାଯାଉଥିବା ଦେଖାଯାଉଛି। ଏଠି ପ୍ରଶ୍ନ ଉଠୁଛି ଏଭଳି ପରିସ୍ଥିତି ଉପୁଜିବାର ମୁଖ୍ୟ କାରଣ କ’ଣ ? ଯଦି ଜଣେ ବାହାର ରାଜ୍ୟକୁ କାମ କରିବାକୁ ଯାଉଛି, ତାକୁ କାହିଁକି ମାଲିକଙ୍କ ନିର୍ଯାତନାର ଶିକାର ହେବାକୁ ପଡ଼ୁଛି। ଅନେକ ସମୟରେ ଏହି ନିର୍ଯାତନା ପଛରେ ଠିକାଦାର ନଚେତ ଦଲାଲଙ୍କ ସମ୍ପୃକ୍ତି ଥିବା ପ୍ରମାଣ ସାମ୍ନାକୁ ଆସିଛି। ଦଲାଲମାନେ ଗରିବ ଲୋକଙ୍କୁ ବାହାର ରାଜ୍ୟରେ ଚାକିରି ଓ ଟଙ୍କାର ଲୋଭ ଦେଖାଇ ଓଡ଼ିଶାରୁ ନେଇଯାଉଛନ୍ତି। ଅନ୍ୟ ରାଜ୍ୟର ଠିକାଦାର ତଥା ବିଭିନ୍ନ ସଂସ୍ଥାର ମାଲିକଙ୍କୁ ବିକ୍ରି କରୁଛନ୍ତି। ଶ୍ରମିକଙ୍କୁ ସେଠାରେ ପହଞ୍ଚାଇବା ପରେ ଦଲାଲ ଧରା ଛୁଆଁ ଦେଉ ନାହିଁ। ଏମିତିକି ଶ୍ରମିକମାନେ କାମ କରିବା ପରେ ସଠିକ୍ ପାରିଶ୍ରମିକ ମଧ୍ୟ ପାଉନଥିବା ଅଭିଯୋଗ ରହିଛି।

79-bonded-labor-rescued-from-telengana
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories