୭୬ ହଜାର ଜମାକାରୀ ଫେରି ପାଇବେ ଟଙ୍କା

ବାରିପଦା(ମାଣିକ ଲାଲ୍‌ ପାଣି): ୭୬ ହଜାର ଜମାକାରୀଙ୍କୁ ଟଙ୍କା ଫେରାଇବ ବାରିପଦା ଅର୍ବାନ କୋପରେଟିଭ୍ ବ୍ୟାଙ୍କ୍। ଏ ନେଇ ରେଜିଷ୍ଟର ଅଫ୍ କୋ ଅପରେଟିଭ୍ ସୋସାଇଟି ଓଡ଼ିଶା ବାରିପଦା DRCSଙ୍କୁ ଚିଠି ଲେଖିଛନ୍ତି।

ଜମାକାରୀ କିଭଳି ସୁରୁଖୁରୁରେ ଟଙ୍କା ଫେରି ପାଇବେ ଏବଂ ହାଇକୋର୍ଟଙ୍କ ଆଦେଶ ପାଳନ ହେବ ସେ ନେଇ ରେଜିଷ୍ଟର ଅଫ୍ କୋ ଅପରେଟିଭ୍ ସୋସାଇଟି ଓଡ଼ିଶା ନିର୍ଦ୍ଦେଶ ଦେଇଛନ୍ତି। ଆଜିଠୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହେବ। ଟଙ୍କା ଫେରସ୍ତ ନେଇ ସୂଚନା ମିଳିବା ପରେ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

ବାରିପଦା ଅର୍ବାନ ବ୍ୟାଙ୍କ୍‌ର ୪ଟି ଶାଖା ଉଦଳା, ବାରିପଦା, କରଞ୍ଜିଆ ଏବଂ ରାଇରଙ୍ଗପୁରରେ ୭୬ ହଜାର ଜମାକାରୀ ସେମାନଙ୍କ ଟଙ୍କା ଫେରି ପାଇବାକୁ ବାଟ ଫିଟିଛି ବୋଲି ମୋରଡା ବିଧାୟକ ରାଜ କିଶୋର ଦାସ ସୁଚନା ଦେଇଛନ୍ତି।

 ପଢନ୍ତୁ : ଘର ପିଣ୍ଡାରେ ଛିଡ଼ା ହୋଇଥିଲେ, ଚଢ଼ିଗଲା କାର୍‌

ସୂଚନାଥାଉ କି, ୨୦୧୪ ରେ ରିଜର୍ଭ ବ୍ୟାଙ୍କ ବାରିପଦା ଅର୍ବାନ କୋପରେଟିଭ୍ ବ୍ୟାଙ୍କ୍‌ର ପରିଚାଳନାଗତ ତ୍ରୁଟି ଯୋଗୁ ଲାଇସେନ୍ସକୁ ରଧ୍ୟ କରି ଦେଇଥିଲା। ଫଳରେ ବ୍ୟାଙ୍କ୍‌ର ୭୬ ହଜାର ଜମାକାରୀଙ୍କ ଭାଗ୍ୟ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଥିଲା। ଏନେଇ ବିଭିନ୍ନ ସମୟରେ ଜମାକାରୀ ଉଚ୍ଚ ନ୍ୟାୟାଳୟର ଦ୍ଵାରସ୍ଥ ମଧ୍ୟ ହୋଇଥିଲେ।

You might also like