ଦିନକରେ ସୁସ୍ଥ ହେଲେ ୭୫୬୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଦିନକରେ ସୁସ୍ଥ ହେଲେ ୭୫୬୪ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ରଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୪ ଲକ୍ଷ ୬୫ ହଜାର ୧୩୩କୁ ବୃଦ୍ଧି ପାଇଛି । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସୁସ୍ଥ ହୋଇଛନ୍ତି ।

କେଉଁ ଜିଲ୍ଲାରୁ କେତେ:-

ଖୋର୍ଦ୍ଧା ଜିଲ୍ଲାରୁ ୧୨୯୧ ଜଣ ଆରୋଗ୍ୟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ  ୭୩୨, ପୁରୀରୁ ୫୨୯, କଟକରୁ ୪୭୦, ସମ୍ୱଲପୁରରୁ ୪୪୦, ଝାରସୁଗୁଡ଼ାରୁ ୪୦୩, ବରଗଡ଼ରୁ ୩୮୨, ନବରଙ୍ଗପୁରରୁ ୩୫୬, ବଲାଙ୍ଗିରରୁ ୨୮୯, ଗଞ୍ଜାମରୁ ୨୬୧, ନୂଆପଡ଼ାରୁ ୨୫୯, କଳାହାଣ୍ଡିରୁ ୧୭୩, ନୟାଗଡ଼ରୁ ୧୫୬, ଢେଙ୍କାନାଳରୁ ୧୪୬, ଭଦ୍ରକରୁ ୧୪୨, ମୟୂରଭଞ୍ଜରୁ ୧୩୪, ଗଜପତିରୁ ୧୨୮, ଯାଜପୁରରୁ ୧୨୭, ସୋନପୁରରୁ ୧୨୧, ଅନୁଗୋଳରୁ ୧୦୮, ଜଗତସିଂହପୁରରୁ ୧୦୫, ବାଲେଶ୍ୱରରୁ ୧୦୦, କୋରାପୁଟରୁ ୯୮, କେନ୍ଦ୍ରାପଡ଼ାରୁ ୮୭, ଦେବଗଡ଼ରୁ ୭୧, କନ୍ଧମାଳରୁ ୬୪, କେନ୍ଦୁଝରରୁ ୫୮, ମାଲକାନଗିରିରୁ ୫୫, ବୌଦ୍ଧରୁ ୨୬, ରାୟଗଡ଼ାରୁ ୧୭ ଓ ଷ୍ଟେଟ୍‌ ପୁଲରୁ ୨୩୬ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

You might also like