ଅସହ୍ୟ ହେଲା ପୁଅ-ବୋହୂଙ୍କ ନିର୍ଯାତନା ; ଏସ୍‌ପିଙ୍କ ସୁରକ୍ଷା ଲୋଡ଼ିଲେ ବୃଦ୍ଧା ମାଆ

ପାରଳାଖେମୁଣ୍ଡି( ଆଦର୍ଶ ଦାସ) : ଅସହ୍ୟ ହେଲା ପୁଅ-ବୋହୂଙ୍କ ନିର୍ଯାତନା। ଏସ୍‌ପିଙ୍କୁ ଭେଟି ନିଜ ଘରକୁ ଜରାଶ୍ରମ କରିବାକୁ ଅନୁରୋଧ କଲେ ୭୫ ବର୍ଷର ବୃଦ୍ଧା ମାଆ।  ଗଜପତି ଜିଲ୍ଲା ପାରଳେଖେମୁଣ୍ଡିରେ ସାମ୍ନାକୁ ଆସିଛି ଏମିତି ଘଟଣା। ନିର୍ଯାତିତା ବୃଦ୍ଧାଙ୍କ ନାଁ ଜାନକୀ ଅଧିକାରୀ।

ପାରଳାଖେମୁଣ୍ଡି ଗୋପିନୀ ସାହିର ସ୍ୱର୍ଗତ ଡାକ୍ତର ରାମଚନ୍ଦ୍ର ଅଧିକାରୀଙ୍କ ବିଧବାପତ୍ନୀ ଜାନକୀଙ୍କ ଅଭିଯୋଗ ଅନୁଯାୟୀ ୧୭ ବର୍ଷ ତଳେ ପୁଅକୁ ବିବାହ ଦେବା ପରଠାରୁ ପୁଅ-ବୋହୂଙ୍କ ଦ୍ୱାରା ନିର୍ଯାତିତ ହୋଇ ଆସୁଛନ୍ତି। ଏପରିକି ଗୋଟିଏ ବିଲ୍ଡିଂରେ ଥାଇ ବି ଅଲଗା ରହୁଛନ୍ତି। ତିନିଝିଅଙ୍କୁ ମଧ୍ୟ ପୁଅ ବୋହୂ ଘରେ ପୁରାଇ ଦେଉ ନାହାନ୍ତି।

ତେବେ ସଂପତ୍ତି ପାଇଁ ପୁଅବୋହୂ ବାରମ୍ବାର ନିର୍ଯାତନା ଦେବା ଏବଂ ଜୀବନରେ ମାରିଦେବାକୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ଜାନକୀ। ନିର୍ଯାତନା ଅସହ୍ୟ ହେବାରୁ ଜାନକୀ ଆଜି ଏସ୍‌ପି ସାରା ଶର୍ମାଙ୍କୁ ଭେଟିବା ସହ ସୁରକ୍ଷା ଲୋଡ଼ିଥିଲେ। ଏଥିସହ ସେ ନିଜ ସମ୍ପତ୍ତିକୁ ଜରାଶ୍ରମ ପାଇଁ ଦାନ କରିଦେବା ସହ ସେଥିରେ ତାଙ୍କ ଭଳି ଅନ୍ୟ ଅସହାୟ ବୃଦ୍ଧ-ବୃଦ୍ଧାଙ୍କ ସହିତ ଅବଶିଷ୍ଟ ଜୀବନ ରହିବାକୁ ପ୍ରସ୍ତାବ ଦେଇଛନ୍ତି।

ତେବେ ଅଭିଯୁକ୍ତ ପୁଅ ବୋହୂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଆଇନ୍ ଅନୁସାରେ ଜାନକୀଙ୍କ ଅନୁରୋଧ ଉପରେ ପଦକ୍ଷେପ ନିଆଯିବ ବୋଲି ଏସ୍‌ପି କହିଛନ୍ତି। ଅପରପକ୍ଷେ ଶାଶୂଙ୍କ ସେବା କରିବାକୁ ଚାହୁଁ ନଥିବା ବୋହୂ କିନ୍ତୁ ଅଭିଯୋଗକୁ ଖଣ୍ଡନ କରିବା ସହ ସେ ମଧ୍ୟ ଶାଶୂଙ୍କ ସଂପତ୍ତିର ହକ୍‌ଦାର ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

You might also like