• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ସୁରକ୍ଷା ନେଇ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଜଷ୍ଟିସ ବିପି ଦାସ କମିଶନ ନିଜ ପ୍ରଥମ ଅନ୍ତରୀଣ ରିପୋର୍ଟରେ ଦେଇଥିବା କିଛି ସୁପାରିସକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। ଏହି ପ୍ରସ୍ତାବ ଅନୁସାରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ପର୍ଯ୍ୟନ୍ତ ଜାଗା ଖାଲି କରିବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି।

ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ଓ ସର୍ଭେ କାର୍ଯ୍ୟ ଲାଗି ପୁରୀ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି। ସେପଟେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ହେଲେ ଏଥିପାଇଁ କ୍ଷତିଗ୍ରସ୍ତ ଲୋକ ଓ ସଂସ୍ଥାକୁ ଆବଶ୍ୟକ ଥଇଥାନ କରାଯିବା ସହ ଧାର୍ଯ୍ୟ କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି।

ସେହିଭଳି ଓଡ଼ିଶା ପୁଲିସ ସର୍ଭିସ ରୁଲ୍ ୨୦୧୩ର ସଂଶୋଧନ, OSRTCର ଆର୍ଥିକ ପୁନରୁଦ୍ଧାର ଓ ଓଡ଼ିଶା ମାରିଟାଇମ ବୋର୍ଡ ଗଠନ ନେଇ ପ୍ରସ୍ତାବିତ ବିଲକୁ ଆଜି କ୍ୟାବିନେଟର ମଞ୍ଜୁରୀ ମିଳିଛି। ବିଲ ବିଧାନସବାରେ ପାସ ହେବା ପରେ ମେରିଟାଇମ୍‌ ବୋର୍ଡ ଗଠନ କରାଯିବ। ମୁଖ୍ୟ ଶାସନ ସଚିବ ଏହାର ମୁଖ୍ୟ ରହିବେ ଓ ଅନ୍ୟ ୧୨ ଜଣ ଏଥିରେ ସଦସ୍ୟ ରହିବେ। ବନ୍ଦରଭିତ୍ତିକ ଶିଳ୍ପର ବିକାଶ ଲାଗି ଏହି ବୋର୍ଡ କାର୍ଯ୍ୟ କରିବ।

75-metres-around-puri-srimandir-willl-be-free-of-encroachment
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories