ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ହଜାରେ ଟପିଲା

ଭୁବନେଶ୍ୱର: ଆଜି ଆଉ ୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ହଜାରେ ଟପିଲା। ସେମାନଙ୍କ ଭିତରୁ ବୌଦ୍ଧରୁ ୨୮, ପୁରୀରୁ ୧୧, କେନ୍ଦ୍ରାପଡ଼ାରୁ ୧୦, କଟକରୁ ୯, ଖୋର୍ଦ୍ଧାରୁ ୭, ମାଲକାନଗିରି ଓ ଅନୁଗୋଳରୁ ୨ ଜଣେ ଲେଖାଏଁ ଏବଂ ଗଞ୍ଜାମ, ବାଲେଶ୍ୱର, ଯାଜପୁର ଓ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି। 


ଏପର୍ଯ୍ୟନ୍ତ ବୌଦ୍ଧରୁ ୩୩, ପୁରୀରୁ ୪୪, କେନ୍ଦ୍ରାପଡ଼ାରୁ ୪୦, କଟକରୁ ୩୫, ଖୋର୍ଦ୍ଧାରୁ ୬୭, ମାଲକାନଗିରି ୨, ଅନୁଗୋଳରୁ ୧୭, ଗଞ୍ଜାମ ୩୧୮, ବାଲେଶ୍ୱର ୧୨୧, ଯାଜପୁର ୧୭୪ ଓ କନ୍ଧମାଳ ଜିଲ୍ଲାରୁ ୩ ଜଣ ସୁସ୍ଥ ହେଲେଣି। 

ଆଜି ରାଜ୍ୟର ୧୮ ଜିଲ୍ଲାରୁ ୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯କୁ ବୃଦ୍ଧି ପାଇଛି।

You might also like