ଭୋଟ ଦେଲେ ନାହିଁ ସେଲେଡି ଗାଁର ୭ଶହ ଭୋଟର୍

ବିନିକା(ଦିଲୀପ ସାହୁ) :  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଥିବାବେଳେ ବିନିକା ବ୍ଲକ୍‌ ସେଲେଡି ଗ୍ରାମବାସୀ ଭୋଟ ଦେବାକୁ ଯାଇ ନାହାନ୍ତି। ବହୁ ବର୍ଷ ହେବ ଗାଁରେ ଥିବା ନୋଡାଲ ସ୍କୁଲରେ ଭୋଟ୍‌ ଦେଇ ଆସୁଥିଲେ ଏଠାକାର ଲୋକେ। ହେଲେ ଚଳିତ ଥର ଗାଁରୁ ଦେଢ କିଲୋମିଟର ଦୂରରେ ଥିବା ହାଇସ୍କୁଲରେ ମତଦାନ କେନ୍ଦ୍ର କରାଯାଇଛି।

ଫଳରେ ଗାଁର ବୃଦ୍ଧବୃଦ୍ଧା ତଥା ଗର୍ଭବତୀ ମହିଳାମାନେ ଭୋଟ ଦେବାକୁ ଯାଇ ପାରିବେ ନାହିଁ ବୋଲି କହି ଗାଁର ପାଖାପାଖି ୭ ଶହରୁ ଅଧିକ ଭୋଟର ଭୋଟ ଦେବାକୁ ଯାଇ ନାହାନ୍ତି।

You might also like