ବଲାଙ୍ଗିର: କୌନ ବନେଗା କରୋଡ଼ପତି ନାଁରେ ଠକେଇ। ପ୍ରାୟ ୭୦ ହଜାର ଠକେଇର ଶିକାର ହେବା ପରେ ଆତ୍ମହତ୍ୟା କରିଛନ୍ତି ଠାକାମୀରେ ଶିକାର ହୋଇଥିବା ଯୁବକ। ତେବେ ଏହା ପୂର୍ବରୁ ଠକାମୀ ପଛର ଗୁମର ଖୋଲିଛନ୍ତି। ମୃତ୍ୟୁ ପୂର୍ବରୁ ବଖାଣିଛନ୍ତି କିପରି ହୋଇଥିଲା ତାଙ୍କ ସହ ଅନ୍ଲାଇନ୍ ଠକେଇ। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଳଷ୍ଟେସନ୍ରେ ଗତ ୧୮ ତାରିଖ ଦିନ କଳାହାଣ୍ଡିର ଯୁବକ ପ୍ରତାପ ବାରିକ ଆତ୍ମହତ୍ୟା କରିଥିଲେ।
ତେବେ କାହିଁକି ଓ କେଉଁ କାରଣରୁ ସେ ଏପରି କଲେ ତାକୁ ନେଇ ଖୋଳତାଡ଼ ପରେ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ। ପ୍ରତାପଙ୍କ ଫୋନ୍ରୁ ମିଳିଥିବା ଆତ୍ମହତ୍ୟା ପୂର୍ବର ଭିଡିଓ ଅନୁସାରେ, ଟିଭି ରିଅଲିଟି ଶୋ' କୌନ୍ ବନେଗା କରୋଡପତି ନାଁରେ ରାଣା ସିଂହ ନାମକ ଜଣେ ବ୍ୟକ୍ତି ତାଙ୍କୁ ଫୋନ୍ କରି ସେ ୨୫ ଲକ୍ଷ ଟଙ୍କା ଜିତିଥିବା କହିଥିଲେ।
ଏଥିସହ ପୁରସ୍କାର ଟଙ୍କା ପାଇବା ପାଇଁ ଟ୍ୟାକ୍ସ ବାବଦକୁ ୪ଟି କିସ୍ତିରେ ୬୦ରୁ ୭୦ ହଜାର ଟଙ୍କା ନେଇଥିଲା। ତେବେ ଟଙ୍କା ଦେବା ପରେ ଆଉ ରାଣାଙ୍କ ପତ୍ତା ମିଳିନଥିଲା। ଏହାପରେ ନିରାଶ ହୋଇ ଶେଷରେ ଆତ୍ମହତ୍ୟା କରୁଥିବା ପ୍ରତାପ ଭିଡିଓରେ କହିଛନ୍ତି। ପୁଲିସ ମାମଲାର ଖୋଳତାଡ଼ ଜାରି ରଖିଛି।