କ୍ୱାରେଣ୍ଟିନ୍‌ରେ ଯିବେ ବୁର୍ଲାର ୭୦ ଡାକ୍ତର

ସମ୍ବଲପୁର: କ୍ୱାରେଣ୍ଟିନରେ ଯିବେ ବୁର୍ଲା ଭୀମସାରର ବିଭିନ୍ନ ବର୍ଗର ୭୦ ଡାକ୍ତର। ମେଡିସିନ୍ ବିଭାଗର ୩୮ ଜଣ ଡାକ୍ତରଙ୍କ ସହ ୭୦ ଜଣ କ୍ୱାରେଣ୍ଟିନରେ ରହିବେ। ଫଳରେ ଗୁରୁବାର ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ମେଡିସିନ୍ ବିଭାଗ ଓପିଡି ବନ୍ଦ ରହିବ।

ମେଡିସିନ୍ OPDକୁ ଆସୁଥିବା ରୋଗୀ ଜେନେରାଲ OPDରେ ଦେଖାଇବା ଲାଗି ବ୍ୟବସ୍ଥା ହୋଇଛି। ୭୬୫୫୦-୫୧୫୯୮ ଏବଂ ୭୬୫୫୦-୫୧୬୦୧ ନମ୍ବରରେ ଟେଲି ମେଡିସିନ ସୁବିଧା ପାଇପାରିବେ। ଭୀମସାର ନିର୍ଦ୍ଦେଶକ ଲଳିତ କୁମାର ମେହେର ଏହି ସୂଚନା ଦେଇଛନ୍ତି।

ମଙ୍ଗଳବାର ବୁର୍ଲା ଭୀମସାରରେ ୯ ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଥିଲେ। ମେଡିସିନ୍ ବିଭାଗର ୯ ଜଣ ଡାକ୍ତର ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଭୀମସାର ନିର୍ଦ୍ଦେଶକ ଡାକ୍ତର ଲଳିତ କୁମାର ମେହେର ସୂଚନା ଦେଇଥିଲେ। ପଜିଟିଭ୍ ଚିହ୍ନଟ ପରେ ମେଡିସିନ୍ ବିଭାଗର OPD ବନ୍ଦ କରାଯାଇଥିଲା।

You might also like